ମହାନଦୀର ଅପରପାର୍ଶ୍ବରେ ଏକ ବଡ ହସ୍ପିଟାଲ ନିର୍ମାଣ ପାଇଁ ଦାବି

ସମ୍ବଲପୁର: ଏଠାରେ ସ୍ୱାଧୀନତା ପୂର୍ବରୁ ପ୍ରତିଷ୍ଠିତ ଜିଲ୍ଲା ସଦର ହସ୍ପିଟାଲକୁ ସଂପୂର୍ଣ୍ଣ ରୁପେ କୋଭିଡ ହସ୍ପିଟାଲରେ ପରିଣତ କରିଦେଲା ପରେ ସମ୍ବଲପୁର ନଗରୀୟ ଅଞ୍ଚଳରେ ସରକାରୀ ଚିକିତ୍ସା ସୁବିଧାର ଅଭାବ ଦେଖାଯାଉଛି । ଏଥିପାଇଁ ଏହାର ବିକଳ୍ପ ରୁପେ ଏଠାରେ ଆଉ ଏକ ବଡ ହସ୍ପିଟାଲ ସ୍ଥାପନ ପାଇଁ ଦାବି କରାଯାଉଛି । ଏହି ସନ୍ଦର୍ଭରେ ପ୍ରଫେସର ଆଦିତ୍ୟ ପ୍ରସାଦ ପାଢୀ ଓ ପ୍ରଫେସର ଶଙ୍କର ପ୍ରସାଦ ପତି ଗତକାଲି ଏଠାରେ କାର୍ଯ୍ୟରତ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ନିରଞ୍ଜନ ସାହୁଙ୍କ ସହିତ ସାକ୍ଷାତକରି ଆଲୋଚନା କରିଛନ୍ତି । ଏ ବିଷୟରେ ପ୍ରଫେସର ପତିଙ୍କ ଠାରୁ ପ୍ରାପ୍ତ ସୁଚନା ଅନୁସାରେ ଏହି ପ୍ରସ୍ତାବଟି ହସ୍ପିଟାଲିଟି ଆଗାମୀ ଦିନର ଚାହିଦାକୁ ଦୃଷ୍ଟିରେ ରଖି ଉଚ୍ଚତର ସୁବିଧା ସଂପନ୍ନ କରାଯାଉ ବୋଲି କୁହାଯାଇଛି । ଏଥିରେ ଆଧୁନିକ ଚିକିତ୍ସା ସୁବିଧା ସହିତ ବିଶେଷଜ୍ଞ ଡାକ୍ତରମାନଙ୍କୁ ନିଯୁକ୍ତି ପାଇଁ ପ୍ରସ୍ତାବ ଦିଆଯାଇଛି । ଏହି ପ୍ରକଳ୍ପ ପାଇଁ ପାଣ୍ଠିର କୌଣସି ଅସୁବିଧା ରହିବ ନାହିଁ କାରଣ ଏଠାରେ ସ୍ଥାପିତ ନବରତ୍ନ କୋଇଲା କଂପାନୀ ମହାନଦୀ କୋଲଫିଲ୍ଡସ ଓ ଆହୁରି ଅନେକ ଉଦ୍ୟୋଗ ପ୍ରତିଷ୍ଠାନ ଅଛନ୍ତି ଯେଉଁମାନେ ସେମାନଙ୍କ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ଅନୁସାରେ ଏଥିପାଇଁ ସହଯୋଗର ହାତ ବଢାଇବେ । ପୁଣି ଏପରି ମହତ୍ତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ଏଠାରେ ସ୍ଥାନର ଅଭାବ ନାହିଁ । ଏଠାରେ ପ୍ରବାହିତ ମହାନଦୀର ଦକ୍ଷିଣ ପାଶ୍ୱର୍ରେ ନୂତନ ସମ୍ବଲପୁର ପାଇଁ ଅନେକ ଜମି ସଂରକ୍ଷିତ କରି ରଖାଯାଇଛି ଓ ସେଥିରୁ କିଛି ଉପଯୁକ୍ତ ଜମି ନିଆଯାଇପାରିବ ।

Comments (0)
Add Comment