ନୂଆପଡା : ପୋଖରୀରେ ବୁଡି ବାପାଝିଅ ମୃତ୍ୟୁବରଣ କରିଥିବା ଭଳି ଏକ ଖବର ସାମ୍ନାକୁ ଆସିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡା ଏନ୍ଏସି ସାଲେଭଟା ଗାଁରେ । ଉଭୟଙ୍କ ମୃତଦେହ ଗ୍ରାମବାସୀ ଉଦ୍ଧାର କରିଥିବା ଜଣାପଡିଛି । ଖବର ଅନୁଯାୟୀ ଉଭୟ ବାପାଝିଅ ଆଜି ସକାଳେ ଗାଧୋଇବାକୁ ପୋଖରୀକୁ ଯାଇଥିଲେ । କିନ୍ତୁ ଦୀର୍ଘ ସମୟ ଧରି ସେମାନେ ଫେରିନଥିବାରୁ ପରିବାର ଲୋକ ସନ୍ଦେହ କରିଥିଲେ ଓ ପୋଖରୀ ନିକଟକୁ ଯାଇଥିଲେ । ସେଠାରେ ତାଙ୍କର ଗାମୁଛା ଓ ଚପଲ ପଡିଥିବା ଦେଖି ପୋଖରୀରେ ବୁଡି ଯାଇଥିବା ସନ୍ଦେହ କରି ଗ୍ରାମବାସୀଙ୍କୁ ଜଣାଇଥିଲେ । ଗ୍ରାମବାସୀ ଖୋଜାଖୋଜି କରିବାରୁ ଉଭୟଙ୍କ ମୃତଦେହକୁ ପୋଖରୀରୁ ଉଦ୍ଧାର କରିଥିଲେ । ୫ ବର୍ଷର ଝିଅ ବୁଡି ଯାଉଥିବା ଦେଖି ବାପା ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ସେ ମଧ୍ୟ ବୁଡିଯାଇଥିବା ଚର୍ଚ୍ଚା ହେଉଛି ।