ସଡକ ଦୁର୍ଘଟଣାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ

କଣ୍ଟାବାଞ୍ଜି : ଦାନା ପାଇଁ ଦାଦନଙ୍କ ସଂଘର୍ଷ ସରୁନି । ରାଜ୍ୟ ସରକାର ଦାଦନ ଶ୍ରମିକଙ୍କ ପାଇଁ ବିଭିନ୍ନ ଯୋଜନା କରିଥିଲେ ମଧ୍ୟ ତାହା ବାଟବଣା ହେଉଥିବା ପରିଲକ୍ଷିତ ହେଉଛି । ଆଜି ମଧ୍ୟ ରାଜ୍ୟର ବହୁ ଶ୍ରମିକ ଅନ୍ୟ ରାଜ୍ୟକୁ ଯାଇ ଦାଦନ ଶ୍ରମିକ ଭାବେ କାମ କରୁଛନ୍ତି । ଶ୍ରମିକମାନଙ୍କୁ ନିଜ ରାଜ୍ୟରେ କାମ ଦେବାକୁ ରାଜ୍ୟ ସରକାର ପୁରାପୁରି ଅକ୍ଷମ ବୋଲି କହିବା ଭୁଲ ହେବ ନାହିଁ । ନିର୍ବାଚନ ଆସିଲେ ନେତା ଓ ମନ୍ତ୍ରୀ ଖାଲି ପ୍ରତିଶ୍ରୁତି ରଖିଥାନ୍ତି କିନ୍ତୁ ତାହା କାର୍ଯ୍ୟକାରୀ ହେଉନାହିଁ । ତେଣୁ ରାଜ୍ୟରେ ଦାଦନ ଶ୍ରମିକଙ୍କ ସଂଖ୍ୟା ବଢିବାରେ ଲାଗିଛି । ରୋଜଗାର ଅଭାବରେ ଅନ୍ୟ ରାଜ୍ୟ ମୁହାଁ ହେଉଛନ୍ତି ଲୋକେ । ଏମିତି ଜଣେ ଦାଦନ ଶ୍ରମିକ ମୁମ୍ବାଇକୁ ଯାଉଥିବା ବେଳେ ଦୁର୍ଘାଟଣର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି । ଏହି ଦୁର୍ଘଟଣା ବଲାଙ୍ଗୀର ଜିଲ୍ଲା କାନ୍ତବାଞ୍ଜି ନିକଟସ୍ଥ ଦନଦ୍ରା ଗାଁ ରାସ୍ତାରେ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ନୂଆପଡା ଜିଲ୍ଲା ଖରିଆଲ ବ୍ଲକ କେନ୍ଦୁଭାଟି ଗାଁର ଶ୍ୟାମଶୁନ୍ଦର ପୁଞ୍ଜି ଓ ବୁଡେନ ଥାନା ଅନ୍ତର୍ଗତ ଖିରମାଲ ଗାଁର ବିଶିକେସନ ପୋଡ଼ କଣ୍ଟାବାଞ୍ଜି ରେଳଷ୍ଟେସନରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିଥାନ୍ତେ, ସେଥିପାଇଁ ଥବିର ବାଗ ସେମାନଙ୍କୁ ବାଇକରେ ଷ୍ଟେସନ ଅଭିମୁଖେ ନେଉଥିଲେ । ହେଲେ ବାଟରେ ଦନଦ୍ରା ଗାଁ ରାସ୍ତା ନିକଟରେ ଟ୍ରକ ଧକ୍କ ଦେଇଥିଲା । ଏଥିରେ ଘଟଣାସ୍ଥଳରେ ହିଁ ଶ୍ୟାମଶୁନ୍ଦରଙ୍କ ମୃତ୍ୟୁ ଘଟିଥିଲା । ଟ୍ରକ ଧକ୍କା ଏତିକି ଅଧିକ ଥିଲା ଯେ ଶ୍ୟାମଶୁନ୍ଦରଙ୍କ ମୁହଁ ସମ୍ପୂର୍ଣ୍ଣ ନଷ୍ଟ ହେଇଯାଇଛି । ଗୁରୁତର ଥବିର ବାଗ ଓ ବିଶିକେସନ ପୋଡ଼ ଚିକତ୍ସାଧୀନ ଥିବା ଜଣାପଡିଛି ।

Comments (0)
Add Comment