ଦେବଗଡ଼,୨ା୭ : ଦେବଗଡ଼ ଜିଲ୍ଲାର ଜଣାଶୁଣା ବିଶିଷ୍ଠ ପାଲା ଗାୟକ ଯାତ୍ରାକର ନାଏକଙ୍କର ନିଜ ବାସ ଭବନରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ନାଏକଙ୍କ ମୃତ୍ୟୁ ବେଳକୁ ୬୯ ବର୍ଷ ବୟସ ହୋଇଥିଲା । ସେ ୧୯୬୮ ମସିହାରେ ପଂଚାୟତ ହାଇସ୍କୁଲ ପୁଢ଼ାପାଳରେ ତକ୍ରାଳୀନ ଏକାଦଶ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ପାଲା ପରିବେଷଣକୁ ଆପଣେଇଥିଲେ । ଦେବଗଡ଼ ଜିଲା ସମେତ ପଡେ଼ାଶୀ ଜିଲାରେ ପାଲା ପରିବେଷଣ କରି ବହୁବାର ପୁରସ୍କୃତ ହୋଇ ପାଲାପ୍ରେମୀଙ୍କର ନିକଟତର ହୋଇଥିଲେ । ସ୍ୱର୍ଗତ ନାଏକଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବାପରେ ପଳସମା ପଂଚାୟତର ପୂର୍ବତନ ସରପଂଚ ସୁଶୀଲ ପଦିଲଙ୍କ ସମେତ ପରା ଗ୍ରାମପଂଚାୟତର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସ ଭବନକୁ ଯାଇ ଶେଷ ଦର୍ଶନ କରିଥିଲେ । ସାନ ପୁଅ ନୀଳମଣି ମୁଖାଗ୍ନି ଦେଇଥିବାବେଳେ ପରା ଗ୍ରାମ୍ୟ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା । ମୃତ୍ୟ ଶଯ୍ୟା ନିକଟରେ ସ୍ତ୍ରୀ, ବଡ଼ ପୁଅ ଜୟନ୍ତ,ସୁଶାନ୍ତ ଓ ଭାଗ୍ୟ ଉପସ୍ଥିତ ଥିଲେ । ସ୍ୱର୍ଗତ ନାଏକ ସି.ଆଇ.ଡ଼ି. କ୍ରାଇମ୍ବ୍ରାଂଚ ସବ୍ ଇନିସ୍ପେକ୍ଟର ତପନ ଓ ଓଡ଼ିଶା ଓଡ଼ିଆ ନ୍ୟୁଜର ପ୍ରତିନିଧି ତରୁଣଙ୍କ ବଡ଼ବାପା ଥିଲେ । ତାଙ୍କ ବିୟୋଗରେ ଅଂଚଳବାସୀଙ୍କ ମନରେ ଶୋକର ଛାୟା ଖେଳିଯାଇଛି ।