ଦେବଗଡ଼,୧୮ା୭: ଜିଲ୍ଲାବ୍ୟାପୀ ରାପିଡ୍ ଆଣ୍ଟିଜେନ ଟେଷ୍ଟ ଓ ଆର.ଟି.ପି.ସି.ଆର. ଟେଷ୍ଟ ନିମନ୍ତେ ସ୍ୱାବ୍ସଂଗ୍ରହ କାର୍ଯ୍ୟ ଜାରିରହିଛି । ଏହି ପରିପ୍ରେକ୍ଷୀରେ ଜୁଲାଇ ମାସ ୧୫ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ୪ଟି ଟିମ୍ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱାବ୍ ସଂଗ୍ରହ କରିବେ । ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ୧୫ ତାରିଖ ଦିନ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ତିଲେଇବଣି ବ୍ଲକର କେନ୍ଦେଇଜୁରୀ, ରିଆମାଳ ବ୍ଲକ ଖିଲେଇ ଗ୍ରାମପଂଚାୟତର ତଲେଇସର, ବାରକୋଟ ବ୍ଲକର ଝରାବାହାଲ ଏବଂ ଦେବଗଡ ପୈାରାଂଚଳ ୱାର୍ଡ ନଂ-୦୭ ଚଷାସାହିଠାରେ ଏହି ଟେଷ୍ଟ କରାଯାଇଥିବାବେଳେ ୧୬ ତାରିଖ ଦିନ ତିଲେଇବଣି ବ୍ଲକ ଲଇମୁରା ଗ୍ରାମପଂଚାୟତର କନ୍ଦର୍ପ, ରିଆମାଳ ବ୍ଲକ ଖିଲେଇ ଗ୍ରାମପଂଚାୟତର ଛଉଖୋଲ ମଣ୍ଡପ, ବାରକୋଟ ବ୍ଲକର ବଳମ ପ୍ରାଇମେରୀ ସ୍କୁଲ ଏବଂ ଦେବଗଡ ପୈାରାଂଚଳ ୱାର୍ଡ ନଂ-୦୯ ପତ୍ରାପାଲି ସାହିଠାରେ ଟେଷ୍ଟ କରାଯିବ । ୧୭ ତାରିଖ ଦିନ ତିଲେଇବଣି ବ୍ଲକ ତାଳକୁଣ୍ଡି ଗ୍ରାମପଂଚାୟତର ନୂଆକରଡପାଳ, ରିଆମାଳ ବ୍ଲକ ପଳସମା ଗ୍ରାମପଂଚାୟତର ଦଳବେହେରାମୁଣ୍ଡା ୟୁ.ପି. ସ୍କୁଲ, ବାରକୋଟ ବ୍ଲକର କାଳିଆପାଳ ଗ୍ରାମପଂଚାୟତ କାର୍ଯ୍ୟାଳୟ ଏବଂ ଦେବଗଡ ପୈାରାଂଚଳ ୱାର୍ଡ ନଂ-୦୪ ଧୋବାସାହିଠାରେ ଏହି ଟେଷ୍ଟ କରାଯାଇଛି । ସେହିଭଳି ୧୮ ତାରିଖ ଦିନ ତିଲେଇବଣି ବ୍ଲକ ଗଣ୍ଡମ ଗ୍ରାମପଂଚାୟତର ଖୋଲଡିହି, ରିଆମାଳ ବ୍ଲକ ପଳସମା ଗ୍ରାମପଂଚାୟତର ଘୋଡାପକା ୟୁ.ପି. ସ୍କୁଲ, ବାରକୋଟ ବ୍ଲକ ରମ୍ଭେଇ ଗ୍ରାମପଂଚାୟତର ଜମ୍ବୁପଦାନ ପ୍ରାଇମେରୀ ସ୍କୁଲ ଏବଂ ଦେବଗଡ ପୈାରାଂଚଳ ୱାର୍ଡ ନଂ-୦୮ ରଥ ସାହିଠାରେ ଟେଷ୍ଟ କରାଯାଇଛି । ୧୯ ତାରିଖ ଦିନ ତିଲେଇବଣି ବ୍ଲକର ବଡଛାପଲ, ରିଆମାଳ ବ୍ଲକ ବାଘବର ଗ୍ରାମପଂଚାୟତର ବିଲେଇମୁଣ୍ଡା ୟୁ.ପି. ସ୍କୁଲ, ବାରକୋଟ ବ୍ଲକ ସରୁଆଳି ମାଦଳିଆ-କ ପ୍ରାଇମେରୀ ସ୍କୁଲ ଏବଂ ଦେବଗଡ ପୈାରାଂଚଳ ୱାର୍ଡ ନଂ-୦୬ ଭାଲିଆବୁରୀଠାରେ ଟେଷ୍ଟ କରାଯିବ । ୨୦ ତାରିଖ ଦିନ ତିଲେଇବଣି ବ୍ଲକ ପାଲକୁଦର ଗ୍ରାମପଂଚାୟତର ତାଲଡିହି, ରିଆମାଳ ବ୍ଲକ ବାଘବର ଗ୍ରାମପଂଚାୟତର ଖଜୁରୀନାଳି ଅଙ୍ଗନୱାଡି କେନ୍ଦ୍ର, ବାରକୋଡ ବ୍ଲକ ଦନ୍ତାରିବାହାଲର ବଡବାହାଲ ପ୍ରାଇମେରୀ ସ୍କୁଲ ଏବଂ ଦେବଗଡ ପୈାରାଂଚଳ ୱାର୍ଡ ନଂ-୦୧ ଖପର ସାହିଠାରେ ଟେଷ୍ଟ କରାଯିବାପାଇଁ ସ୍ଥିର କରାଯାଇଛି ।