୧୧ କେଭି ବିଦ୍ୟୁତ୍ ତାର ସ୍ତାନାନ୍ତରିତ କରିବାପାଇଁ ବିଧାୟକଙ୍କୁ ଦାବି ପତ୍ର

ଘୁ ଉଦୟଗିରି : କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ଗଦଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାନ୍ଦାଗୁଡ଼ା ମୌଜାର ୧ ନମ୍ବର ଗ୍ରାମବାସୀବୃନ୍ଦ ଘୁ ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଗ୍ରାମବାସୀ ଦୀର୍ଘ ୧୯୮୬ ମସିହାରୁ ଏହି ଗ୍ରାମରେ ବିଦ୍ୟୁତ୍ ସଞ୍ଜୋଗ ହୋଇଛି। ଏହି ଗ୍ରାମର ଜନସଂଖ୍ୟା ପ୍ରାୟ ୨୦୦ରୁ ଅଧିକ ହୋଇଥିବା ସମୟରେ ୫୦ରୁ ଅଧିକ ଘର ଉପସ୍ଥିତ ଅଛି I ବିଦ୍ୟୁତ୍ ତାର ଘରମାନଙ୍କ ଉପରେ ଯାଇଥିବା କାରଣରୁ ଲୋକେ ଭୟଭୀତ ହୋଇ ରହୁଛନ୍ତି। ଏହି ୧୧ କେଭି ବିଦ୍ୟୁତ୍ ତାର ସାହି ଭିତର ଦେଇ ଘର ଉପରୁ ଆଡ଼ାସିକୁପା ଗ୍ରାମ ପର୍ଯ୍ୟନ୍ତ ସଞ୍ଜୋଗ ହୋଇଅଛି। ଦୀର୍ଘ ୩୫ବର୍ଷରୁ ଉର୍ଦ୍ଧ ହେବ ଏହି ବିଦ୍ୟୁତ୍ ତାର ସଞ୍ଜୋଗ ହୋଇ ଗାଁ ମଝିରେ ଘର ଉପର ଦେଇଯାଇଛି। ବିଗତ ୩ବର୍ଷ ପୂର୍ବେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୪ ଗୃହ ପାଳିତ ଗାଈ ମୃତ୍ୟୁ ବରଣ କରିଥିବା ବେଳେ ବଡ ବଡ ଦୁର୍ବଳ ଗଛଗୁଡ଼ିକ ମଧ୍ୟ ଏହି ବିଦ୍ୟୁତ୍ ତାର ନିକଟରେ ରହିଛି। ଯଦି କୌଣସି କାରଣ ବଶତଃ ଏଗୁଡ଼ିକ ପଡ଼ି ଯାଏ କିମ୍ବା ଭାଙ୍ଗି ଯାଏ, ତେବେ ବହୁ ଜନଜୀବନ ହାନି ହେବାର ସମ୍ଭାବନା ରହିଛି। ଏହି ବିପଦ ପୂର୍ଣ୍ଣ ବିଦ୍ୟୁତ୍ ତାର ଘରମାନଙ୍କ ଉପର ଦେଇ ଯାଇଥିବାରୁ ଅଞ୍ଚଳ ବାସି ଘର ଉପରେ ଘର କରିବାକୁ ଭୟ କରୁଛନ୍ତି। ଏସମ୍ପର୍କରେ ସେଠାକାର ଗ୍ରାମବାସୀ ଅନେକ ଥର ବିଦ୍ୟୁତ୍ ବିଭାଗକୁ ଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କୌଣସି ପ୍ରକାରେ କାର୍ଯ୍ୟକାରୀ କରିନାହାନ୍ତି କିମ୍ବା ଏସମ୍ପର୍କରେ ପ୍ରଶାସନ ପକ୍ଷରୁ ମଧ୍ୟ ତଦାରଖ କରିନାହାନ୍ତି। ସେପଟେ ଗ୍ରାମବାସୀ ବହୁବାର ଲିଖିତ ମୌଖିକ ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ କୌଣସି ସୁଫଳ ମିଳି ନାହିଁ। ତେଣୁ ଆଜି ଘୁ ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରି କ୍ରିପାଳ ଦିଗାଲ, ପର୍ଶୁରାମ ନାୟକ, ରଞ୍ଜିତ କୁମାର୍ ନାୟକ, ଜନେକ ନାୟକ, ଜଗଜ୍ଜିବନ ପ୍ରଧାନ, ଅଜୟ ନାୟକ, ସଙ୍କୀର୍ତ୍ତନ ଦିଗାଲ, ବାଳକୃଷ୍ଣ ପ୍ରଧାନ, ନିକୁନ୍ତ ନାୟକ, ବାସୁନ୍ଦ୍ର ପ୍ରଧାନ ସମେତ ଗ୍ରାମବାସୀ ଲିଖିତ ଅଭିଯୋଗ କରିଛନ୍ତି। ସେପଟେ ବିଧାୟକ ମଧ୍ୟ ଏସମ୍ପର୍କରେ ତାଙ୍କ ପ୍ରତିକ୍ରିୟାରେ ଶୀଘ୍ର ସମାଧାନ କରି ଉକ୍ତ ବିଦ୍ୟୁତ୍ ତାରକୁ ସ୍ଥାନାନ୍ତରିତ କରିବା ନିମନ୍ତେ ପ୍ରୟାସ କରିବେ ବୋଲି ସୂଚନା ଦେଇଛନ୍ତି। ଯଦି ବିଭାଗୀୟ ଅଧିକାରୀ କିମ୍ବା ପ୍ରଶାସନ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଆସନ୍ତା ଦିନ ମାନଙ୍କରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରିବେ ଯଦି ଜିଲ୍ଲାପାଳ ଅଭିଯୋଗ ନ ଶୁଣନ୍ତି ତେବେ ରାଜରାସ୍ତାକୁ ଓଲ୍ଲହାଇବେ ବୋଲି କହିଛନ୍ତି। ତେବେ ତୁରନ୍ତ ଗ୍ରାମବାସୀଙ୍କର ଅଭିଯୋଗ ଆକାରରେ ୧୧ କେ.ଭି. ବିଦ୍ୟୁତ ତାରକୁ ଉଚ୍ଛେଦ କରି ଅନ୍ୟତ୍ର ସ୍ଥାନାନ୍ତରିତ କଲେ ଗ୍ରାମବାସୀ ସୁରକ୍ଷିତ ଜୀବନଯାପନ କରିବେ ବୋଲି ସୂଚନା ଦେଇଛନ୍ତି ।

Comments (0)
Add Comment