ବୌଦ୍ଧର ସବୁ ସରକାରୀ କାର୍ଯ୍ୟାଳୟ ହେଲା ସଟ ଡାଉନ୍

ବୌଦ୍ଧ -ଆଜିଠାରୁ ସ୍ବାସ୍ଥ୍ୟ ବିଭାଗ ଓ ପୋଲିସ୍ ବିଭାଗର କାର୍ଯ୍ୟାଳୟକୁ ଛାଡି ଜିଲ୍ଲାର ଆଉ ସରକାରୀ ବିଭାଗର କାର୍ଯ୍ୟାଳୟକୁ ଜିଲ୍ଲାପାଳ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସଟ ଡାଉନ୍ ଘୋଷଣା କରିଛନ୍ତି | ଆଜି ଅପରାହ୍ନ 2 ଘଣ୍ଟାରୁ ସଟ ଡାଉନ୍ ଲାଗୁ ହୋଇଥିବା ଜଣାପଡିଛି l ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀ ନିଜ ନିଜ ଘରେ ରହିବେ ଓ କେହି ନିଜର ହେଡ କ୍ୱାଟର୍ ଛାଡି କୁଆଡେ ନ ଯିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି l ସମସ୍ତ କର୍ମଚାରୀ ନିଜ ନିଜର ମୋବାଇଲ ସବୁବେଳେ ସକ୍ରୀୟ ରଖିବେ ଓ ଆବଶ୍ୟକ ପଡିଲେ ତୁରନ୍ତ ତାଙ୍କୁ ଯୋଗାଯୋଗ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି l

Comments (0)
Add Comment