ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ କାର୍ଯ୍ୟରତ ଥିବା ପୁଲିସ କର୍ମଚାରୀମାନେ ନିଜର କାର୍ଯ୍ୟ ଓ ଜନସାଧାରଣଙ୍କୁ ଠିକ୍ ସମୟରେ ନ୍ୟାୟ ପ୍ରଦାନ କରିବା ଏବଂ ଲୋକଙ୍କ ସହ ସୁସମ୍ପର୍କ ରଖିବା ସହ ଗଞ୍ଜେଇ ମାଫିଆଙ୍କୁ ଧରିବାରେ ସକ୍ଷମ ହୋଇ ପାରିଛନ୍ତି । ଅନେକ ସମୟରେ ନିଜ ପରିବାରକୁ ପଛରେ ପକାଇ କରୋନା ସମୟରେ ଲୋକଙ୍କୁ ସଚେତନ କରିବାରେ ଆଗଧାଡିରେ ଥିବ ମୋହନା ଥାନା ଅଧିକାରୀ, ସୁଜିତ କୁମାର ନାୟକଙ୍କୁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଡିଜିପିଙ୍କ ଦ୍ୱାରା ଆୱାଡ଼ ପ୍ରଦାନ କରାଯାଇଛି ।
ରବିବାର ଦିନ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଏସପି ଜୟରାମ ଶତପଥୀଙ୍କ ସମ୍ମିଳନୀ କକ୍ଷରେ ଏହି ଆୱାର୍ଡ଼ ପ୍ରଦାନ କରାଯାଇଛି । ଡ଼ିଜିପି ଆୱାର୍ଡ ପାଇ ଅଧିକାରୀ ନିଜକୁ ଧନ୍ୟ ମନେ କରିଛନ୍ତି । ସେହିଭଳି ରା.. ଉଦୟଗିରିରେ କର୍ଯ୍ୟଗତ ଥିବା ଏସଆଇ ହେମନ୍ତ ସେଠୀ ମଧ୍ୟ ବିଭିନ୍ନ ସମୟରେ ସଠିକ୍ ଭାବରେ ଚାର୍ଜସିଟ ଦାଖଲ କରିବା ସହ ଲୋକଙ୍କୁ ସଚେତନ କରାଇ ବିଭିନ୍ନ ସମୟରେ ଗଣ୍ଡଗୋଳକୁ ସମାଧାନ କରିବା ଓ ଲୋକଙ୍କୁ ସଦ୍ବ୍ୟବହାର ଦେଖାଉଥିବାରୁ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରି ଡିଜିପି ଆୱାର୍ଡ ପ୍ରଦାନ କରିଛନ୍ତି । ଏସପି ଶ୍ରୀ ଶତପଥିଙ୍କ ଠାରୁ ଏହି ପୁରସ୍କାର ପାଇ ମୋହନା ଥାନା ଅଧିକାରୀ ଓ ଏସଆଇ, ଡ଼ିଜିପି, ଏସପିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିଭଳି ଜିଲ୍ଲାରେ ଅନ୍ୟ ତିନି ଜଣ ପୁଲିସ କର୍ମଚାରୀ ମଧ୍ୟ ପାଇଛନ୍ତି ଡ଼ିଜିପି ଆୱାର୍ଡ ।