ବକୁଳ ବନରେ ଧର୍ମେନ୍ଦ୍ର ଓ ଅଶ୍ୱିନୀ


ପୁରୀ: ବକୁଳ ବନରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ଵିନୀ ବୈଷ୍ଣବ ଆଜି ପୁରୀ ଗସ୍ତ ସମୟରେ ପିପିଲି ଉତ୍ତରା ଛକଠାରେ ଉଭୟଙ୍କୁ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଥିଲା । ପରେ ସତ୍ୟବାଦୀରେ ପହଞ୍ଚି ପ୍ରାୟ ୨ଘଣ୍ଟାରୁ ଉଦ୍ଧ୍ୱର୍ ସମୟ ସେଠାରେ ଅତିବାହିତ କରିଥିଲେ। ପ୍ରଥମେ ପଞ୍ଚସଖା ସମାଧୀ ପୀଠ ପରିଦର୍ଶନ ପରେ ବକୁଳବନ ପରିଦର୍ଶନ କରି ପଞ୍ଚସଖା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।
ଏହାପରେ ସତ୍ୟବାଦୀ ହାଇସ୍କୁଲ ଯାଇ ଛାତ୍ରଛାତ୍ରୀମାନଙ୍କ ସହିତ ସମୟ ଅତିବାହିତ କରି ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ବିଶେଷ କରି ବକୁଳବନ ଶିକ୍ଷାର ଅନ୍ତୁଳିଶାଳରୁ ଆର୍ଶୀବାଦ ଭିକ୍ଷା ଲାଭ କରିବାକୁ ଆସିଥିବା କହିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପିଲାମାନେ ମଧ୍ୟ ଅତି ନିକଟରେ ମନ୍ତ୍ରୀଙ୍କୁ ପାଇ ବେଶ ଉତ୍ସାହିତ ଥିବାବେଳେ ଶିକ୍ଷକ ମଧ୍ୟ ଖୁସି ଅନୁଭବ କରିଛନ୍ତି। ଅନ୍ୟପଟେ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ପୁରୀ ଜିଲ୍ଲାରେ ପୁରୀ କୋଣାର୍କ ରେଳପଥର କାର୍ଯ୍ୟ ତଦାରଖ ପରେ ତ୍ୱରାନ୍ୱିତ ହେବ ବୋଲି କହିଛନ୍ତି ।

Comments (0)
Add Comment