କରୋନା ଆକ୍ରାନ୍ତ ଚିହ୍ନଟ ପରେ ବଲରାମ ମନ୍ଦିର ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଘୋଷଣା

ଢେଙ୍କାନାଳ,୬ ।୭ – ଢେଙ୍କାନାଳ ଜିଲ୍ଲା ମ୍ୟୁନସିପାଲଟିର ଶ୍ୟାମାଚରଣପୁର ଅଞ୍ଚଳରେ ଜଣେ ୭୧ ବର୍ଷିୟ ବ୍ୟକ୍ତି କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଛନ୍ତି । ବ୍ୟକ୍ତି ଜଣଙ୍କ ଅନ୍ୟ ଏକ ଜଟିଳ ରୋଗରେ ଆକ୍ରନ୍ତ ହୋଇଥିବା ଯୋଗୁ ଚିକିଚ୍ଛା ନିମନ୍ତେ ଭୁବନେଶ୍ୱର ଠାରେ ଥିବା ଏଆଇଏମଏସ ହସ୍ପିଟାଲକୁ ଯାଇଥିଲେ । ତାଙ୍କର ଅପରେସନ ପାଇଁ ତାଙ୍କୁ ସମ୍ ହସ୍ପିଟାଲକୁ କୋଭିଡ ଟେଷ୍ଟ ପାଇଁ ପଠାଯାଇଥିଲା । ତାଙ୍କର ସ୍ୱାବ ଜୁଲାଇ ୩ତାରିଖରେ ସଂଗ୍ରହ କରାଯାଇଥିଲା । ଜୁଲାଇ ୫ତାରିଖରେ ତାଙ୍କ ରିପୋର୍ଟ କରୋନା ପଜିଟିଭ ବାହାରିବାରୁ ଚିକିସାô ନିମନ୍ତେ ତାଙ୍କୁ କଟକସ୍ଥିତ ଅଶି୍ୱନୀ ହସ୍ପିଟାଲକୁ ପଠାଯାଇଛି । ସେ ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସଂସ୍ପର୍ଶରେ ଆସିଥିବା ଅଞ୍ଚଳକୁ ବିଶୋଧନ କରାଯାଇଛି । ସେ ବ୍ୟକ୍ତି ଜଣକ ବଳରାମ ମନ୍ଦିର ପୁଜକ ହୋଇଥିବାରୁ ଏବଂ ତାଙ୍କ ଘର ଶ୍ୟାମଚରଣପୁର ଅଞ୍ଚଳରେ ହୋଇଥିବାରୁ ଉଭୟ ଅଞ୍ଚଳକୁ ବିଶୋଧନ କରାଯାଇଛି ଏବଂ ଶ୍ୟାମାଚରଣପୁର ଓ ବଳରାମ ମନ୍ଦିରକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ସେହି ଆକ୍ରାନ୍ତ ବ୍ୟକ୍ତିଜଣଙ୍କ ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କୁ ହୋମ କ୍ୱରେଣ୍ଟାଇନରେ ରଖାଯାଇଛି । ସୁଚନାଯୋଗ୍ୟ ଯେ ଆଜିସୁଦ୍ଧା ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୮୪ ରେ ପହଞ୍ଚିଥିବା ବେଳେ ୬୯ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ଏବଂ ବାକି ୧୫ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ଢେଙ୍କାନାଳରେ ଗୋଷ୍ଠି ସଂକ୍ରମଣର କୌଣସି ଆଶଙ୍କା ନାହିଁ ତେଣୁ ଜନସାଧାରଣ କୌଣସି ପ୍ରକାର ଭୟଭୀତ ନହୋଇ ନିଜେ ସଂପୂର୍ଣ୍ଣ ସଚେତନ ହେବା ଜରୁରୀ । ନିହାତି ଆବଶ୍ୟକ କାମ ନଥିଲେ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯିବାସହ କୌଣସି କାମରେ ବାହାରକୁ ଯିବାକୁ ହେଲେ ମୁହଁରେ ମାକ୍ସ ପନ୍ଧିିବାକୁ , ବାହାରୁ ଘରକୁ ଆସିଲେ ସାବୁନରେ ହାତକୁ ଭଲଭାବରେ ଧୋଇବାକୁ , ପରିଷ୍କାର ପରିଛନ୍ନ ପ୍ରତି ଯତ୍ନଶୀଳ ହେବା ସହିତ ପରିବାର ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ଜିଲ୍ଲାପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

Comments (0)
Add Comment