ଗାନ୍ଧି ସ୍ମୃତି ପାଠାଗାର ପକ୍ଷରୁ କେନ୍ଦ୍ରୀୟ ବଜେଟ ଉପରେ ଆଲୋଚନା

ବରଗଡ : ସ୍ଥାନୀୟ ଗାନ୍ଧି ସ୍ମୃତି ପାଠାଗାର ପକ୍ଷରୁ ଚଳିତ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଉପରେ ପାଠାଗାରର ବରିଷ୍ଠ ସଦସ୍ୟ ତଥା ପଞ୍ଚାୟତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ପତିତପାବନ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ହେଇଯାଉଛି। ଏହି ଆଲୋଚନା ଚକ୍ରରେ ଲକ୍ଷ୍ମୀ ନାରାୟଣ ମହାବିଦ୍ୟାଳୟ ଝାରସୁଗୁଡ଼ାର ଅର୍ଥନୀତି ବିଭାଗ ମୁଖ୍ୟ ପ୍ରାଧ୍ୟାପକ ତପନ କୁମାର ବାରିକ ମୁଖ୍ୟ ଆଲୋଚନା ଭାବରେ ଯୋଗଦେଇ ଚଳିତ ଆର୍ଥିକ ବର୍ଷର ବଜେଟର ବିଭିନ୍ନ ଦିଗ ଯଥା ବିତ୍ତୀୟ ନିଅଣ୍ଟ, ରୋଜଗାର, ମୁଦ୍ରାସ୍ପିତୀ, ଦୀର୍ଘ ମିଆଦି ଯୋଜନା, କୃଷି ଭିତ୍ତିଭୂମି ତଥା ଶିକ୍ଷା ସ୍ବାସ୍ଥ୍ୟ ଉପରେ ଅଭିମତ ରଖିଥିଲେ। ଅନ୍ୟତମ ଆଲୋଚକ ଭାବରେ ସ୍ଥାନୀୟ ପଞ୍ଚାୟତ ମହାବିଦ୍ୟାଳୟର ଅର୍ଥନୀତି ବିଭାଗ ମୁଖ୍ୟ ଡକ୍ଟର ଅଞ୍ଜଳି ଦାଶ ଯୋଗଦେଇ ଅର୍ଥମନ୍ତ୍ରୀଙ୍କ ଘୋଷଣା, ବିଭିନ୍ନ କ୍ଷେତ୍ରକୁ ବ୍ୟୟବରାଦ, ସୁଯୋଗ ଓ ପ୍ରୋତ୍ସାହନ ଉପରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ପାଠାଗାରର ବରିଷ୍ଠ ସଦସ୍ୟ ମନୋରଞ୍ଜନ ସାହୁ ଉଦ୍ଦେଶ୍ୟ ଜ୍ଞାପନ ଓ ପରିଚୟ ପ୍ରଦାନ କରିଥିଲେ। ଶେଷରେ ସଂପାଦକ ବିକ୍ରମାଦିତ୍ୟ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I

Comments (0)
Add Comment