ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ହିତାଧିକାରୀକୁ ସହାୟତା ରାଶି ବଣ୍ଟନ

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା ତୁରିକେଲା ବ୍ଲକ ଧାମନଡ଼ଙ୍ଗା ପଂଚାୟତରେ ସମ୍ପୃକ୍ତି କରୋନା ପରିସ୍ଥିତି ସମୟରେ ଜୀବନ ଜୀବିକା ଦୃଷ୍ଟିରୁ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ଏକ ହଜାର ଟଙ୍କା ର ସ୍ୱତନ୍ତ୍ର ରାଶି ପ୍ରଦାନ କରାଯାଇଛି । ୱାର୍ଡ ମେମ୍ବର ଆରତୀ ସୁନାଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ ଯୋଗାଣ ନିରୀକ୍ଷକ ହୀରାଲାଲ ମହାନନ୍ଦ ମହାନନ୍ଦ, ଜି.ପି.ଓ.ତେଜୁପୁଟେଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଲାଳଦେଇ ମାଂଝି, ଶକୁନ୍ତଳା ରଣା, ସୁଲୟା ତାଣ୍ଡି, ପାର୍ବତୀ ମାଂଝି, ନୀଳା ମାଂଝି, ବୀଣା ମାଂଝି, ବୀଣା ନାଗ, ରତନ ମହତ, ଜୋଶବନ୍ତ ପୁଟେଲ, ଖଗେଶ୍ୱର ସୁନା, ଅମର ନାଗ ସହାୟତା ରାଶି ପାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭି. କେ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣେଇଛନ୍ତି ।

Comments (0)
Add Comment