ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ଅନୁଷ୍ଠିତ

ସୁବର୍ଣ୍ଣପୁର:ସ୍ଥାନୀୟ ଟାଉନହଲଠାରେ ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ପ୍ରମୋଦ ମହାପାତ୍ର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଅଛି । ମୂଖ୍ୟ ଅତିଥି ରୂପେ ଜିଲ୍ଲା ପ୍ରଭାରୀ ଭବେନ୍ଦ୍ର ପଣ୍ଡା ଯୋଗଦେଇ ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନରେ କିପରି ସଂଗଠନ ମାଧ୍ୟମରେ କେନ୍ଦ୍ର ସରକାରଙ୍କ ଜନହିତ କାର୍ଯ୍ୟକ୍ରମ ଲୋକମାନଙ୍କ ପାଖକୁ ନେଇ ହେବ ତାହା ଉପରେ ସାରଗର୍ଭ ତଥ୍ୟ ପ୍ରଦାନ କରିଥିଲେ । କେନ୍ଦ୍ର ସରକାର ଅନୁଦାନରେ କିପରି ପଞ୍ଚାୟତ ଓ ସହରାଞ୍ଚଳ ବିକାଶ ହେଉଛି । ତାହା ନେଇ କାର୍ଯ୍ୟକର୍ତ୍ତାମାନଙ୍କୁ ବୁଝାଇଥିଲେ । ଜିଲ୍ଲାପରିଷଦ ଅଧ୍ୟକ୍ଷ ଉଷାକୁମାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ପୂଜାରୀ, ରଘୁନାଥ ଜଗଦଲା,ପୂର୍ବତନ ଜିଲ୍ଲା ବିଜେପି ସଭାପତି ସୁରେଶ ମହଲା, ବିଜୟ ମହାକୁଡ଼, ରାଜକିଶୋର ମେଣ୍ଡିଲି, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ରୁଦ୍ର ମହଲା ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ହୋଇଥିଲେ । ଏହି କାର୍ଯ୍ୟକାରୀଣୀରେ ବୀରମହାରାଜପୁର ଓ ଡୁଙ୍ଗୁରିପାଳିଙ୍କୁ ଏନଏସି ମାନ୍ୟତା, ସୋନପୁର, ବୀରମହାରାଜପୁର, ବିନିକା, ରାମପୁର, ତରଭା କଲେଜକୁ ସରକାରୀ ଭାବରେ ଘୋଷଣା, ସୋନପୁରରେ ମତ୍ସ୍ୟ ଟ୍ରେନିଂ କଲେଜ, ବୟନଶିଳ୍ପ ପାର୍କ, ଜିଲ୍ଲା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବିକାଶ କରିବା ପାଇଁ କାର୍ଯ୍ୟକାରିଣୀରେ ଦାବୀ ହୋଇଥିଲା । ଏହି କାର୍ଯ୍ୟକାରିଣୀରେ ବେଣୁଧର ଦାଶ, ବିଶ୍ୱମ୍ୱର ମିଶ୍ର, ନଳିନୀ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ବିଶି, ସୁଶାନ୍ତ ପଣ୍ଡା, ଗାୟତ୍ରୀ ପାଣିଗ୍ରାହୀ, ରୋହିଣୀ ଡାଙ୍ଗ, କିଶୋର ହୋତା, ଅଶୋକ ପୃଷ୍ଟି, ସୁନିତା ଗିରି, ବବୁଲୁ ବିଶି ସହ ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ସଞ୍ଜୁକ୍ତା ହୋତା ପ୍ରମୁଖ ଉପସ୍ଥିତି ଥିଲେ ।

Comments (0)
Add Comment