ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର

ଦେବଗଡ଼ : ରିଆମାଳ ବ୍ଲକ୍ କୋଲ୍ହାବସା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଯୋଗଦେଇ ଆସିଥିବା ୩୭ଟି ଅଭିଯୋଗ ଶୁଣାଣି କରି ଏହା ଉପରେ ଆବଶ୍ୟକୀୟ ପଦକ୍ଷେପ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଅଭିଯୋଗ ଶୁଣାଣୀ ଶିବିରରେ ୨୦ ଟି ବ୍ୟକ୍ତିଗତ ସମସ୍ୟା ଏବଂ ୧୭ ଟି ସାମୁହିକ ସମସ୍ୟା ରହିଥିଲା। ରାସ୍ତା ମରାମତି, ନଳ କୁପ, ବିଦ୍ୟୁତ୍ ସମସ୍ୟା, ଶିକ୍ଷକ ନିଯୁକ୍ତି, ପ୍ରଧାନମନ୍ତ୍ରୀ ଆବାସିକ ଗୃହ, ୦.୦୪ ଜମିର ପଟ୍ଟା, ରାସନ୍ କାର୍ଡ, ପାଇଖାନା, ବଣୁଆ ହାତୀ ଉପଦ୍ରବ ରକ୍ଷା ନିମନ୍ତେ, ଜନସାଧାରଣ ମାନେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅଭିଯୋଗ ଗୁଡ଼ିକ ଶୁଣିବା ପରେ ଏଗୁଡ଼ିକ ତୁରନ୍ତ ସମାଧାନ କରିବାପାଇଁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଶିବିରରେ ଆରକ୍ଷୀ ଅଧକ୍ଷକଙ୍କ ଅନୁପମା ଜେମସ୍, ବନଖଣ୍ଡ ଅଧିକାରୀ ମଗରଧନାଜୀ ରାଓସ୍ୱ, ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଧର୍ମାନନ୍ଦ ବେହେରା, ଉପଜିଲ୍ଲାପାଳ ପରକ୍ଷିତ ସାହୁ, ଡେପୁଟୀ କଲେକ୍ଟର ଅଞ୍ଜୁନି କୁଜୁର ଓ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Comments (0)
Add Comment