ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର

ଦେବଗଡ଼ : ବାରକୋଟ ବ୍ଲକ୍ ସଇଡା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲ୍ଲୁଙ୍ଗ ଯୋଗଦେଇ ଆସିଥିବା ୮୮ ଟି ଅଭିଯୋଗ ଶୁଣାଣି କରି ଏହା ଉପରେ ଆବଶ୍ୟକୀୟ ପଦକ୍ଷେପ ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଅଭିଯୋଗ ଶୁଣାଣୀ ଶିବିରରେ ୭୫ଟି ବ୍ୟକ୍ତିଗତ ସମସ୍ୟା ଏବଂ ୧୩ ଟି ସାମୁହିକ ସମସ୍ୟା ରହିଥିଲା। ରାସ୍ତା ମରାମତି, ବିଦ୍ୟୁତ୍ ସମସ୍ୟା, ଶିକ୍ଷକ ନିଯୁକ୍ତି, ପ୍ରଧାନମନ୍ତ୍ରୀ ଆବାସିକ ଗୃହ, ୦.୦୪ ଜମିର ପଟ୍ଟା, ରାସନ୍ କାର୍ଡ, ପାଇଖାନା, ଜନସାଧାରଣ ମାନେ ଅତିରିକ୍ତ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅଭିଯୋଗ ଗୁଡ଼ିକ ଶୁଣିବା ପରେ ଏଗୁଡ଼ିକ ତୁରନ୍ତ ସମାଧାନ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ସଂପୃକ୍ତ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ ଅନୁପମା ଜେମସ୍, ବନଖଣ୍ଡ ଅଧିକାରୀ ମଗରଧନାଜୀରାଓ ସ୍ୱ,ମୁଖ୍ୟ ଉନ୍ନୟନ ତଥା କାର୍ୟ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଧର୍ମାନନ୍ଦ ବେହେରା, ଉପଜିଲ୍ଲାପାଳ ପରକ୍ଷିତ ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ମୃତି ରଞ୍ଜନ ସାହୁ, ତହସିଲଦାର ବବ୍ରୁବାହାନ ଦତ୍ତ, ଡେପୁଟୀ କଲେକ୍ଟର ଅଞ୍ଜୁନି କୁଜୁର ଓ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Comments (0)
Add Comment