ଜିଲ୍ଲାସ୍ତରୀୟ ହାକାଥନ କାର୍ଯ୍ୟକ୍ରମ ପାଳିତ

ଦେବଗଡ଼ : ସ୍ଥାନୀୟ ଦେବଗଡ଼ ମହିଳା ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟ ଠାରେ ହାକାଥନ କାର୍ଯ୍ୟକ୍ରମ ଉଦଘାଟନ ଓ ଉଦଯାପନୀ ଉତ୍ସବ ପାଳିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ରାଧାକାନ୍ତ ଗଡତିୟା ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସୋସିଏଟ ପ୍ରଫେସର୍ ଓ ଗବେଷକ ଓୟୁଏଟି ଭୁବନେଶ୍ଵର ଡଃ ଦେବାଶିଷ ଗୌନ୍ତିଆ ମୁଖ୍ୟ ବକ୍ତା ଭାବେ ଅଧ୍ୟାପିକା ଗଣିତ ବିଭାଗ, ପଲିଟେକନିକ୍ ମହାବିଦ୍ୟାଳୟ ଦେବଗଡ଼ ଡ଼ଃ ସୁଚନା ଷଡ଼ଙ୍ଗୀ, ସମ୍ମାନିତ ଅତିଥି ଭାବେ ଅଧ୍ୟକ୍ଷ ଦେବଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶ୍ରୀଯୁକ୍ତ ଦେବେନ୍ଦ୍ର ନାଥ ତ୍ରୀପାଠୀ, ଅଧ୍ୟାପକ ଆଦର୍ଶ ମହାବିଦ୍ୟାଳୟ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ବେହେରା, ଅଧ୍ୟାପକ ଦେବଗଡ଼ ମହାବିଦ୍ୟାଳୟ ଡ଼ଃ ଲଗେନ କୁମାର ପ୍ରଧାନ, ଯୁବ ଛାତ୍ର ଗବେଷକ ଓୟୁଏଟି ଭୁବନେଶ୍ଵର ଶ୍ରୀ ଆଦିତ୍ୟ ମହାନ୍ତି ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିନୋଦ ସିଂ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମର ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପଞ୍ଚାୟତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କାଦୋପଡା, ବାରକୋଟ ନବୀନ ମହାକୁଳ ୧ମ କୁ ୧୫ ହଜାର ଟଙ୍କା, ପଳସମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶିବାନନ୍ଦ ଦେହୁରୀ ୨ୟ ୧୦ ହଜାର ଟଙ୍କା ଓ ଦେବଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୁଲଣା ସାହୁ ୩ୟ କୁ ୫ହଜାର ଟଙ୍କା ଓ ପ୍ରମାଣପତ୍ର ଅତିଥିମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା। ଉକ୍ତ ପ୍ରତିଯୋଗିମାନେ ଆଗାମୀ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ବିଭାଗର କର୍ମଚାରୀ, ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କର୍ମଚାରୀ ଓ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ। ଅଧ୍ୟାପକ ମହିଳା ମହାବିଦ୍ୟାଳୟ ଚିତ୍ତରଞ୍ଜନ ଦାସ ମଞ୍ଚ ପରିଚାଳନା କରିଥିଲେ ଓ ଜିଲ୍ଲା ବିକାଶ ନିରିକ୍ଷିକା ଦେବଗଡ଼ ଶ୍ରୀମତୀ ଇପ୍ସିତା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Comments (0)
Add Comment