ପୁଣି ଚିନ୍ତା ବଢାଇଲା କରୋନା, ବିଦେଶୀ ଫେରାନ୍ତଙ୍କୁ ନେଇ ଏମିତି କହିଲେ ଡିଏମ୍‌ଇଟି

ଭୁବନେଶ୍ବର ୨୬।୧୧: ପୁଣି ଥରେ ଚିନ୍ତା ବଢ଼ାଇଲା କରୋନା ଭାଇରସ୍‌ର ନୂଆ ଭାରିଏଣ୍ଟ । ଏ ନେଇ ଡ଼ିଏମଇଟି ରମା ରମଣ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଦକ୍ଷିଣ ଆଫ୍ରିକା, ହଂକଂ ଓ ବୋଟସଓ୍ବାନା ଭଳି ଦେଶରୁ ଫେରୁଥିବା ଲୋକଙ୍କ ପାଇଁ ଆଡ଼ଭାଇଜରୀ ଜାରି ହୋଇଛି । କେନ୍ଦ୍ର ସରକାର ଏବଂ ଡବ୍ଲୁଏଚଓ ଏହାକୁ ନେଇ ସତର୍କ କରାଇଛନ୍ତି । ବର୍ତ୍ତମାନ ରାଜ୍ୟରେ ସ୍ଥିତି ସ୍ଥିର ରହିଛି । କୋରୋନା ପଜିଟିଭ୍‌ ଚିହ୍ନଟ ହେଲେ ଭୂତାଣୁର ପ୍ରଜାତି ଯାଞ୍ଚ ହେଉ । ନୂଆ ଭାରିଏଣ୍ଟ ଦେଖାଦେଇଥିବା ଦେଶରୁ ଆସୁଥିବା ଲୋକମାନଙ୍କ ପାଇଁ କଟକଣା ଜାରି ହେବା ଉଚିତ । ସେମାନଙ୍କୁ ଅତି କମ୍‌ରେ ୧୦ଦିନ ସଂଗରୋଧରେ ରଖିଲେ ସଂକ୍ରମଣକୁ ରୋକାଯାଇପାରିବ ବୋଲି ଡିଏମଇଟି ପରାମର୍ଶ ଦେଇଛନ୍ତି ।

Comments (0)
Add Comment