ଡ଼ଃ ନୃସିଂହାନନ୍ଦ ମହାପାତ୍ର ପାଇଲେ ବ୍ୟାସକବି ସମ୍ମାନ

ଫୁଲବାଣୀ:-କନ୍ଧମାଳର ବିଶିଷ୍ଟ ସାହିତ୍ୟିକ ଡକ୍ଟର ନୃସିଂହାନନ୍ଦ ମହାପାତ୍ରଙ୍କୁ ସମ୍ଭାବନା ସାହିତ୍ୟ ତରଫରୁ ବ୍ୟାସକବି ଜୟନ୍ତୀ ଅବସରରେ ବ୍ୟାସକବି ସମ୍ମାନ ପ୍ରଦାନ କରାଯାଇଛି । ଆସ୍କା ଚିନିକଳ ପରିସରରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଆସ୍କା ବିଧାନସଭା ମଣ୍ଡଳୀର ବିଧାୟକ ଶ୍ରୀମତୀ ମଞ୍ଜୁଳା ସ୍ୱାଇଁ ଯୋଗଦେଇ ସମ୍ୱର୍ଦ୍ଧିତ ପ୍ରତିଭା ଡ଼ଃ ମହାପାତ୍ରଙ୍କୁ ମାନପତ୍ର ଓ ଉପଢେ଼ାକନ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗବେଷକ ଡ଼ଃ ବିମଲ ପ୍ରସାଦ ପଟ୍ଟାନାୟକ, ଆଇନଜୀବୀ ଡ଼ଃ ପ୍ରଦୀପ କୁମାର ସିଂ, ଅଧ୍ୟାପକ ସଞ୍ଜୟ କୁମାର ଷଢଙ୍ଗି ଓ ଗବେଷକ ଅନନ୍ତ କର ପ୍ରଭୃତି ଉପସ୍ଥିତ ଥିଲେ । ସମ୍ପାଦକ ରବୀନ୍ଦ୍ର ମଲ୍ଲ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ଶରତ ଚନ୍ଦ୍ର ପଣ୍ଡା ସଭାପତିତ୍ୱ ଅଭିଭାଷଣ ରଖିଥିଲେ । ଡ଼ଃ ମହାପାତ୍ରଙ୍କୁ ତାଙ୍କର କୃତି ପାଇଁ ଅତିଥିମାନେ ଭୁୟସୀ ପ୍ରଶଂସା କରିଥିଲେ ଓ କାର୍ଲିଫଣ୍ଣିଆ ବିଶ୍ୱ ବିଦ୍ୟାଳୟ ତରଫରୁ ଡକ୍ଟର ପାଇଥିବା କାରଣରୁ ସମ୍ୱର୍ଦ୍ଧନ ମଧ୍ୟ କରିଥିଲେ । ଏହା ପୂର୍ବରୁ ଶ୍ରୀ ମହାପାତ୍ର ସାହିତ୍ୟ ରତ୍ନ ପୁରସ୍କାର, ଶିଶିର ବିନ୍ଦୁ ପୁରସ୍କାର ପ୍ରଭୃତି ବହୁ ସମ୍ମାନ ଓ ସମ୍ୱର୍ଦ୍ଧନା ପାଇଛନ୍ତି । ଫୁଲବାଣୀ ସରକାରୀ ଆଇଟିଆଇରେ ସହକାରୀ ତାଲିମ ଅଧିକାରୀ ଥିବା ଡ଼ଃ ମହାପାତ୍ର ଓଡିଶା ସାହିତ୍ୟରେ ଜଣେ ଜଣାଶୁଣା ନାମ । ତାଙ୍କର କୋଡ଼ିଏରୁ ଅଧିକ ପୁସ୍ତକ ବି ପ୍ରକାଶିତ ହୋଇ ବେଶ ପାଠକୀୟ ଆଦୃତି ଲାଭ କରିଛି । ତାଙ୍କର ଏହି କୃତିତ୍ୱ ପାଇଁ ଫୁଲବାଣୀ ସମ୍ବାଦ ସାହିତ୍ୟ ଘରର ଓ ଜିଲ୍ଲା ଲେଖକ ସାମ୍ମୁଖ୍ୟ ଅନୁଷ୍ଠାନ ତତରଫରୁ ସ୍ୱାଗତ କରାଯାଇଛି ।

Comments (0)
Add Comment