ପିଇବା ପାଣିଟାଙ୍କି ଲାଗିଛି ନୂତନ ରାସ୍ତା କାର୍ଯ୍ୟରେ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା-କୋଟସମଲାଇ ପାତାଳୀ ଶ୍ରୀକ୍ଷେତ୍ର ର ନୂତନ ରାସ୍ତା କାର୍ଯ୍ୟରେ କ୍ଷେମାଲୋଏ ଗ୍ରାମପଞ୍ଚାୟତ ର ପିଇବା ପାଣିଟାଙ୍କି ଠିକା କାର୍ଯ୍ୟ ରେ ନିୟୋଜିତ ହେଇଥିବା ଦେଖିବାକୁ ମିଳିଛି।ଯାହା ଫଳରେ ପିଇବା ପାଣି ବହୁ ଅସୁବିଧାର ସମୁଖିନ ହେଉଛନ୍ତି ପଞ୍ଚାୟତବାସୀ।ସରକାର ସମସ୍ତ ପଞ୍ଚାୟତକୁ ଜନସାଧାରଣଙ୍କ ପାଇଁ ପିଇବା ପାଣି ପାଇଁ, ପାଣିଟାଙ୍କି ଦେଇଥିବା ବେଳେ ଏପଟେ କାହା ଅନୁମତିରେ ଠିକା କାର୍ଯ୍ୟ ରେ ଲଗାଯାଇଛି। ବିବାହ, ବ୍ରତ ଆଦି ବିଭିନ୍ନ ଉତ୍ସବରେ ଲୋକମାନେ ପାଣିଟାଙ୍କି ପାଉନଥିବାର ଅଭିଯୋଗ ଆଣିଛନ୍ତି। ସବୁ ଜାଣିଶୁଣି ସରପଞ୍ଚ ଓ ପଞ୍ଚାୟତ ଅଧିକାରୀ ନୀରବ। କାହା ଅନୁମତିରେ ପିଇବା ପାଣିଟାଙ୍କି ଠିକା କାର୍ଯ୍ୟରେ ଲଗାଯାଇଛି ? ଠିକାଦାର ଓ ପଞ୍ଚାୟତ କର୍ତୃପକ୍ଷଙ୍କ ବୁଝାମଣା ହେତୁ ଜନସାଧାରଣଙ୍କ ପାଇଁ ଆସିଥିବା ପିଇବା ପାଣିଟାଙ୍କି ଠିକା କାର୍ଯ୍ୟରେ ଲଗାଯାଇଛି। ଏଠି ପ୍ରଶ୍ନ ଉଠେ ଲୋକଙ୍କ ପିଇବା ପାଣି କୁ କାହିଁକି ଠିକା କାର୍ଯ୍ୟ ରେ ଲଗାଇବେ? ୧୨ କିମି ୧୮କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଠିକାଦାର କାହିଁକି ଲୋକଙ୍କ ପିଇବା ପାଣିକୁ ଠିକା କାର୍ଯ୍ୟ ରେ ନିୟୋଜିତ କରିଛନ୍ତି। ଠିକାଦାର ଓ ପଞ୍ଚାୟତ କର୍ତୃପକ୍ଷଙ୍କ ଯୋଗୁଁ ପିଇବା ପାଣିଟାଙ୍କି ଠିକାକାର୍ଯ୍ୟ ରେ ଲଗାଯାଇଛି। ଏଦିଗରେ ସବୁ ସରପଞ୍ଚ ଜାଣିଛନ୍ତି ବୋଲି ଜନସାଧାରଣ ପ୍ରକାଶ କରିଛି। କାହା ଛତ୍ରଛାୟା ତଳେ ଏଭଳି ଦୁର୍ନୀତି କରାଯାଉଛି? ଗ୍ରାମପଞ୍ଚାୟତ ର ପିଇବା ପାଣିଟାଙ୍କି କାହିଁକି ୧୮କୋଟି ଠିକାକାର୍ଯ୍ୟ ରେ ଲଗାଯାଇଛି। ପିଇବା ପାଣିଟାଙ୍କି ଅତିଶୀଘ୍ର ଠିକାକାର୍ଯ୍ୟରୁ ବାହାର କରାଯାଉ ଓ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଜନସାଧାରଣ ଦାବି କରିଛନ୍ତି। ଅତିଶୀଘ୍ର ଏଦିଗରେ ତଦନ୍ତ କରି ବିହିତ ପଦକ୍ଷେପ ନେବାକୁ ପଞ୍ଚାୟତବାସୀ ଦାବି କରିଛନ୍ତି। ନହେଲେ ଅତିଶୀଘ୍ର ଆନ୍ଦୋଳନର ସୂତ୍ରପାତ ହେବ ବୋଲି ଜନସାଧାରଣ ଚେତାବନୀ ଦେଇଛନ୍ତି।

Comments (0)
Add Comment