ସୁବର୍ଣ୍ଣପୁର: ଆଜି ଜିଲ୍ଲାର ଉଲୁଣ୍ଡା ବ୍ଲକସ୍ଥିତ ବାଘଲପୁର ଗ୍ରାମର ମାରୁତି ମଣ୍ଡପ ଠାରେ ଜିଲ୍ଲା ଡୁମାଲ ପରିଷଦର ଏକ ବୈଠକ ବିନୟ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏ ଅବସରରେ ନୂତନ ଭାବରେ ଜିଲ୍ଲାକମିଟି ଗଠନ କରାଯାଇ କର୍ମକର୍ତ୍ତା ଚୟନ କରାଯାଇଥିଲା ।ସଭାପତି ଭାବରେ ଅଶ୍ୱିନୀ କୁମାର ମହାକୁର ,ଉପସଭାପତି ଭାବରେ ନିରାକାର ଦେହେରୀ,ସାଧାରଣ ସଂପାଦକ ଭାବରେ ଉମେଶ ଚନ୍ଦ୍ର ପଧାନ,ହୃଷିକେଶ ପଧାନ କୋଷାଧ୍ୟକ୍ଷ,ରାଜ୍ୟ ପରିଷଦ ସଭ୍ୟ ଭାବରେ ସନାତନ କର୍ମୀ, ଜିଲ୍ଲା ସଦସ୍ୟ ଭାବରେ ମୀନକେତନ ମହାକୁର, ଲକ୍ଷ୍ମଣ ଦେହେରୀ, ପ୍ରତାପ ଦେହେରୀ ପ୍ରମୁଖ ଙ୍କ ଉପସ୍ଥିତି ରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବରେ ଦେବାର୍ଚ୍ଚନ ଚାଉଳିଆ,ସନାତନ କର୍ମୀ,ଲୋକନାଥ ମାହାର ପ୍ରମୁଖଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ବୈଠକରେ ସମସ୍ତ ଡୁମାଳ ସମାଜର ଜାତିଭାଇ ସମସ୍ତେ ଏକତ୍ରିତ ହୋଇ ରାଜନୈତିକ, ଶିକ୍ଷା, କୃଷି ସମସ୍ତ କ୍ଷେତ୍ରରେ ଏକଜୁଟହେଇ ସମୁହ ବିକାଶରେ ବ୍ରତୀ ହେବାପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ ।