ପାଟଣାଗଡ଼ : ପାଟଣାଗଡ଼ ଐତିହ୍ୟ ଶକ୍ତି ପୀଠ କଲେଜ ଛକ ସ୍ଥିତ ଗଙ୍ଗାଧର ପାର୍କ ପରିସରରେ ନବରାତ୍ର ଶାରଦୀୟ ଦୁର୍ଗାପୂଜା ଭବ୍ୟ ପୂର୍ଣ୍ଣ କଳଶ ଶୋଭାଯାତ୍ରା ଓ କଳଶ ସ୍ଥାପନ ସହ ସାର୍ବଜନୀନ ଶାରଦୀୟ ୨୦ ତମ ନବରାତ୍ର ଦୁର୍ଗା ପୂଜା ଆରମ୍ଭ ହୋଇଯାଇଛି । ନବରାତ୍ର ଦୂର୍ଗା ପୂଜା କମିଟିର କାର୍ଯ୍ୟକାରୀ ସଭାପତି ସତ୍ୟନାରାୟଣ ପୁରୋହିତଙ୍କ ନେତୃତ୍ବରେ ପାଟଣାଗଡର ଲୋକପ୍ରିୟ ବିଧାୟକ ସରୋଜ କୁମାର ମେହେର ମୂଖ୍ୟ ଅତିଥି, ପରିଚାଳନା କମିଟିର ଉପସଭାପତି ରମେଶ ଚନ୍ଦ୍ର ଯୋଶୀ, ପ୍ରବିଣ କୁମାର କୁଅଁର, ସଂପାଦକ ବାସୁଦେବ ପାଢ଼ୀ, ସହ ସମ୍ପାଦକ ବିଶ୍ବରଂଜନ ରାଓ, ନୀରଞ୍ଜନ ପୁରୋହିତ ପ୍ରମୁଖଙ୍କ ସହ ସଦସ୍ୟ ଡିଙ୍ଗର ମେହେର, ମୁରଲି ଧର ଷଡ଼ଙ୍ଗୀ, ସହଦେବ ପୁରୋହିତ, ତୋଷରାମ ମେହେର , ଶୋଭାକର ମେହେର, ମୂଖ୍ୟ ପୂଜା କର୍ତା ଗୋବିନ୍ଦ ସାହୁ ଓ ସପତ୍ନୀଙ୍କ ସହରର ବିଶିଷ୍ଟ ଶତାଧିକ ମହିଳା ପୁରୁଷ ଦୁଳଦୁଲି ବାଜା ବଜାଇ ବୁଧବାର ଦିନ ୧୨ ଘଣ୍ଟା ସମୟରେ ପାଟଣାଗଡ଼ ରାମପୁର ସ୍ଥିତ ମାୟାବତୀ ନଦୀ କୂଳରେ ପହଞ୍ଚି ପୂଜାର୍ଚ୍ଚନା ପରେ ଗଙ୍ଗା ନିମନ୍ତ୍ରଣ ସହ ନଦୀରୁ ପାଣି ଆଣି ପୂର୍ଣ୍ଣ କଳଶ ଶୋଭାଯାତ୍ରା ବାହାରି କଲେଜ ଛକ ସ୍ଥିତ ଗଙ୍ଗାଧର ମେହେର ପାର୍କ ପରିସରରେ ପୂଜା ମଣ୍ଡପରେ ସ୍ଥାପନ ସହ ବିଲ୍ମ ବରଣ ମଣ୍ଡଳ କରଣ କରାଯାଇଥିଲା । ଆଜି ମାଁ ଙ୍କୁ ଷୋଡ଼ଶ ଉପଚାରରେ ଦେବୀଙ୍କୁ ଆବାହନ ସହ ପୂଜାର୍ଚ୍ଚନା ଆରମ୍ଭ ହୋଇଯାଇଛି । ଆଜି ଗୁରୁବାର ସକାଳ ଘ ୭ରେ ସୂର୍ଯ୍ୟ ପୂଜା ଚକ୍ଷୁ ଦାନ ପ୍ରାଣ ପ୍ରତିଷ୍ଠା ମହାସ୍ନାନ କରିବା ସହ ମାଁ ଜଗତଜନନୀ ଶୈଳପୁତ୍ରୀ ବେଶ ଧାରଣ ସହ ଚଣ୍ଡୀ ହୋମ୍ ଅନୁଷ୍ଠିତ ହୋଇଯାଇଛି ।
ଶୁକ୍ରବାର ବ୍ରହ୍ମଚାରିଣୀ, ଶନିବାର ଚନ୍ଦ୍ରଘଣ୍ଟା, ରବିବାର କୁଷ୍ମାଣ୍ଡ ଓ ସ୍କନ୍ଦମାତା, ସୋମବାର କାତ୍ୟାୟନୀ, ମଙ୍ଗଳ ବାର କାଳରାତ୍ରୀ ଅଷ୍ଟମ ପୂଜା, ବୁଧବାର ମହାଗୈ।ରୀ ସିଦ୍ଧି ପୂଜା, ଗୁରୁବାର ସିଦ୍ଧି ନବକୁମାରୀ ପୂଜନ, ଶୁକ୍ରବାର ଅପରାଜିତ ଆଦି ମାଁଙ୍କ ଅବତାର ରୂପେ ପୂଜାର୍ଚ୍ଚନା ବିଧି ଅନୁସାରେ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ ପ୍ରତ୍ୟେକ ଦିନ ସୂର୍ଯ୍ୟ ପୂଜା ସହ ଚଣ୍ଡୀ ହୋମ, ସନ୍ଧ୍ୟାରେ ମାଁ ଙ୍କ ସନ୍ଧ୍ୟା ଆଳତି କରୋନା କଟକଣା ଯୋଗୁଁ ଭକ୍ତ ଦର୍ଶନ କରିବାକୁ ବାରଣ କରାଯାଉଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ବନ୍ଦ ରହିଛି ବୋଲି କମିଟିର ସଭାପତି ଶ୍ରୀ ସତ୍ୟନାରାୟଣ ପୁରୋହିତ ସୁଚନା ଦେଇଛନ୍ତି । ପାଟଣାଗଡ଼ ରାମପାଲି ସ୍ଥିତ ଜୟମାତାଜୀ ନଗର ଠାରେ ନବଦୂର୍ଗା ମନ୍ଦିର ନିର୍ମାଣ ପାଇଁ ଶୁଭସ୍ତମ୍ଭ ସ୍ଥାପନ ଓ ଭୂମିପୂଜନ କରାଯାଇଛି ବୋଲି ସଭାପତି ଶ୍ରୀ ପୁରୋହିତ କହିଛନ୍ତି । ଅନୁଷ୍ଠିତ ହେଉଥିଲା ଧଣ୍ଡାମୁଣ୍ଡା ଗ୍ରାମର ସୁନାମଧନ୍ୟ ସାଧକ, ପୂଜକ, ଗାୟକ ବୈଦ୍ୟନାଥ ମିଶ୍ର ମୂଖ୍ୟ ପୂଜକ ଭାବେ ପୂଜା କାର୍ଯ୍ୟ ତୁଲାଉଛନ୍ତି ।