ମଣ୍ଡପରେ ମହାମାୟାଙ୍କ ମହାଷ୍ଟମୀ ପୂଜା, ପୀଠରେ ଚାଲିଛି ମହାନବମୀ

ଭୁବନେଶ୍ବର : ଧରାବତରଣ କରିଛନ୍ତି ମାଆ ଦୁର୍ଗା। ଆଜି ମଣ୍ଡପରେ ଜଗତଜନନୀ ମାଆ ଦୁର୍ଗାଙ୍କ ଅଷ୍ଟମୀ ପୂଜା। ବିଲ୍ଵବରଣ ପରେ ମାଆଙ୍କ ଚକ୍ଷୁଦାନ କରାଯାଇଛି। ଏପଟେ ପୀଠରେ ମାଆଙ୍କ ମହାନବମୀ ପୂଜା ଚାଲିଛି। ବେଦମନ୍ତ୍ର ପାଠରେ କମ୍ପୁଛି ପରିବେଶ। ହେଲେ କରୋନା କଟକଣା ପାଇଁ ଭକ୍ତମାନେ ମଣ୍ଡପକୁ ଯାଇ ଦର୍ଶନ କରିପାରୁନାହାଁନ୍ତି। ଆଜି ମହାଷ୍ଟମୀରେ ଭକ୍ତମାନେ ଉପବାସ ରଖି ମାଆଙ୍କ ଆରାଧନା କରୁଛନ୍ତି। ବାହାରୁ ରହି ମାଆଙ୍କ ଆଶିଷ ଲାଭ କରୁଛନ୍ତି।  ସେହିପରି ରାଜଧାନୀର ବିଭିନ୍ନ ପୂଜା ମଣ୍ଡମରେ ମହାମାୟାଙ୍କ ଚାଲିଛି ଅଷ୍ଟମୀ ପୂଜା । ମନ୍ତ୍ରପାଠରେ କମ୍ପୁଛି ମଣ୍ଡପ । ଅଷ୍ଟମୀରେ ଆଜି ମା’ଙ୍କ ସନ୍ଧିପୂଜା କରାଯିବ । ଏହାପରେ ମହାଷ୍ଟମୀ ପୂଜା କରାଯାଇ ଶୋଡଷ ଉପଚାର କରାଯିବ । ପୂଜା ଚାଲିଛି କିନ୍ତୁ ଭକ୍ତଙ୍କ ଦେଖାନାହିଁ । କାରଣ କରୋନା କଟଣା ପାଇଁ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲାଗିଛି । ନୂଆପଲ୍ଲି, ସହିଦନଗର, ଲକ୍ଷ୍ମୀସାଗର, ଝାରପଡା , ଷ୍ଟେସନ ବଜାର, ରୁସୁଲଗଡ, ବରମୁଣ୍ଡା ଭଳି ପ୍ରମୁଖ ପୂଜା ମଣ୍ଡପରେ ୩ ପାଖକୁ ବନ୍ଦ କରାଯାଇ ରୀତିନୀତି ଅନୁଯାୟୀ ପୂଜା ଚାଲିଛି । ସେପଟେ କଟକର ଶକ୍ତିପୀଠ ଗୁଡ଼ିକରେ ମଙ୍ଗଳବାର ମହାମାୟାଙ୍କ ନବମୀ ପୂଜା ଅନୁଷ୍ଠିତ ହେଉଥିବା ବେଳେ ମଣ୍ଡପଗୁଡ଼ିକରେ ମୃଣ୍ମୟୀ ମୂର୍ତ୍ତିଙ୍କର ମହାଷ୍ଟମୀ ପୂଜା ହେଉଛି । କରୋନା କଟକଣା ଭିତରେ କେବଳ ପରମ୍ପରା ରକ୍ଷା ପାଇଁ ପୂଜାବିଦ୍ଧି କରାଯାଉଛି। କଟକ ସହରରେ ଶାରଦୀୟ ଦୁର୍ଗାପୂଜା ନିରାଡ଼ମ୍ବର ଭାବେ ପାଳନ କରାଯାଉଛି। ଶାରଦୀୟ ଷୋଡ଼ଶ ପୂଜାର ଉପଚାରରେ ଦେବୀଙ୍କୁ ଆରାଧନା ଓ ପୂଜାର୍ଚ୍ଚନା କରାଯାଉଛି। ଚଳିତ ବର୍ଷ କଟକରେ ୧୫୫ଟି ମଣ୍ଡପରେ ୪ଫୁଟର ମୂର୍ତ୍ତି ପୂଜା ପାଉଛନ୍ତି। ତେବେ ଗତ ଥର ପରି ଏଥରର ବି କରୋନା କଟକଣା ଯୋଗୁଁ ଲୋକଙ୍କ ମଧ୍ୟରେ ସେଭଳି ଉତ୍ସାହ ଦେଖିବାକୁ ମିଳିନି। ଏହାବାଦ ପୂଜା ସମୟରେ ସଂକ୍ରମଣ ଉପର ମୁହାଁ ହେବା ଆଶଙ୍କା କରି ଦୈତ୍ୟ ନଗରୀ କଟକ ଓ ଭୁବନେଶ୍ୱରରେ ଗତକାଲିଠୁ କଡ଼ାକଡ଼ି ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି।

Comments (0)
Add Comment