ପ୍ରଧାନମନ୍ତ୍ରୀଙ୍କ ଝାରସୁଗୁଡା ଗସ୍ତ ପାଇଁ ପ୍ରସ୍ତୁତି ଜୋରଦାର

ଝାରସୁଗୁଡ଼ା: ଆସନ୍ତା ୨୭ ତାରିଖରେ ଝାରସୁଗୁଡ଼ା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସଭା ପାଇଁ ଅମଲିପାଲୀସ୍ଥିତ ପଡ଼ିଆରେ ପ୍ରସ୍ତୁତି ଜୋରସୋରରେ ଜାରି ରହିଛି। ଆଜି ଦିନ ପ୍ରାୟ ସାଢେ ୧୧ଟା ବେଳେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୁଲିସ ଏଡିଜି ସନ୍ତୋଷ ବାର୍ଲା ସ୍ୱତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସିଧାସଳଖ ଆସି ପ୍ରସ୍ତାବିତ ସଭା ସ୍ଥଳରେ ପହଞ୍ଚିଛନ୍ତି। ଉତ୍ତରାଞ୍ଚଳ ରାଜସ୍ବ କମିଶନର ସଚିନ ରାମଚନ୍ଦ୍ର ଯାଦବ, ପୁଲିସ ଆଇଜି ହିମାଂଶୁ ଲାଲ, ଜିଲ୍ଲାପାଳ କୁନାଲ ମୋତିରାମ ଚୌହ୍ୱାନ, ଏସପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର, ଆଇଏଏସ୍ ଅରବିନ୍ଦ ଅଗ୍ରୱାଲ୍ ଓ ପୂର୍ତ୍ତ ସଚିବ ମଧ୍ୟ ସେମାନଙ୍କ ସହ ଉପସ୍ଥିତ ରହି ପ୍ରସ୍ତୁତି ନେଇ ଆଲୋଚନା କରିଛନ୍ତି।

Comments (0)
Add Comment