ଗଣିଆ ପ୍ରେସ କ୍ଳବ୍ ଏବଂ ଗଣିଆ ଶିଶୁ ରାଇଜ ଆନୁକୂଲ୍ୟରେ ମାଗଣା ଚକ୍ଷୁ ଚିିିକିତ୍ସା ଶିବିର ଓ ଚଷମା ବଣ୍ଟନ କାର୍ଯ୍ୟକ୍ରମ

ଗଣିଆ: ଗଣିଆରେ କାର୍ଯ୍ୟରତ ପଞ୍ଜିକୃତ ଗଣମାଧ୍ୟମ ସଂସ୍ଥା ଗଣିଆ ପ୍ରେସ କ୍ଳବ୍ ଏବଂ ଗଣିଆ ଶିଶୁ ରାଇଜ ଆନୁକୂଲ୍ୟରେ କଟକ ଅର୍ବାନ ମେଡିକାଲ ତରଫରୁ  ଏକ ମାଗଣା ଚକ୍ଷୁ ଚିିିକିତ୍ସା ଶିବିର ଓ ଚଷମା ବଣ୍ଟନ କାର୍ଯ୍ୟକ୍ରମ ସ୍ଥାନୀୟ ଗଣିଆ ଶିଶୁ ରାଇଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ପ୍ରାୟ ୫୫ରୁ ଅଧିକ ରୋଗୀ ଉପସ୍ଥିତ ରହି ନିଜର ଆଖି ପରୀକ୍ଷା କରିଥିଲେ । ସେଥିମଧ୍ୟରୁ ପ୍ରାୟ ୨୨ ଜଣଙ୍କୁ ମାଗଣାରେ ଚଷମା ବଣ୍ଟନ କରାଯାଇଥିବା ବେଳେ ୪ ଜଣଙ୍କୁ ଅପରେସନ ପାଇଁ କଟକ ଅର୍ବାନ ମେଡିକାଲକୁ ନିଆଯାଇଥିବା ଜଣାପଡିଛି । ଏହି ଶିବିରରେ ଟେକନିସିଆନ  ସ୍ବୟ°ମ ପ୍ରକାଶ ପାଣି,ସଞ୍ଜିବ କୁମାର ମହାପାତ୍ର,ପ୍ରଶାନ୍ତ ପ୍ରଧାନ, କନକଲତା ପ୍ରଧାନ,ହାରାମଣି ଜେନା,କାମଦେବ ଲେଙ୍କା,ଗଣିଆ ପ୍ରେସ କ୍ଳବ୍ ସଭାପତି ଦେବୀ ପ୍ରସାଦ ଦାଶ,ଶିଶୁ ରାଇଜ ସଭାପତି ଆନନ୍ଦଚନ୍ଦ୍ର ବେହେରା, ସମ୍ପାଦକ ସରୋଜ କୁମାର ଦାଶ, ସହ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବେହେରା, କୋଷାଧ୍ୟକ୍ଷ ଚିତ୍ତରଞ୍ଜନ ସାହୁ, ସାମ୍ବାଦିକ ଚିତ୍ତରଂଜନ ମିଶ୍ର,ସାମ୍ବାଦିକ ଜ୍ଞାନୀ ପ୍ରକାଶ ସେନାପତି,ସୁବ୍ରତ କୁମାର ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସଂପୂର୍ଣ୍ଣ ସହଯୋଗ କରିଥିଲେ । ଆସନ୍ତାକାଲି କିଶୋର ପ୍ରସାଦ ପଞ୍ଚାୟତରେ ଏବଂ ବୁଧବାର ଆଡକଟା ପଞ୍ଚାୟତ କାର୍ଯ୍ୟାଳୟରେ ଏହି ଶିବିର ଆୟୋଜନ ହେବ ବୋଲି ପ୍ରେସ କ୍ଳବ୍ ସଭାପତି ପ୍ରକାଶ କରିଛନ୍ତି ।

Comments (0)
Add Comment