ନଦୀରେ ବୁଡି ଅଠର ବର୍ଷୀୟ ଛାତ୍ର ନିଖୋଜ

ପାଟକୁରା ଥାନା ଗରଦପୁର ବ୍ଲକ ଜଗନ୍ନାଥପୁରରେ ଘଟିଯାଇଛି ଏମିତି ଅଘଟଣ I ଚିତ୍ରୋତ୍ପଳା ନଦୀରେ ପହଁରି ଅପର ପାର୍ଶ୍ଵକୁ ଯିବା ପଡିଲା ମହାଙ୍ଗା I ଦୁଃସାହାସିକ ପହଁରା କାଳ ସାଜିଲା I ଜଗନ୍ନାଥ ପୁରର ଧୀରେନ୍ଦ୍ର ସାମନ୍ତରାୟଙ୍କ ପୁଅ ଅଠର ବର୍ଷୀୟ କୌଶିକ ସାମନ୍ତରାୟ ଚିତ୍ରୋତ୍ପଳା ନଦୀର ଏକ ପାରିରୁ ଅନ୍ୟ ପାରିକୁ ସାଙ୍ଗ ମାନଙ୍କ ସହ ପହଁରି ପହଁରି ଯାଉଥିବା ବେଳେ ନଦୀ ମଝିରେ କୌଶିକ ଅଣନିସ୍ଵାସି ହୋଇଯାଇଥିଲେ ଯାହାଫଳରେ ସେ ଆଗକୁ ପହଁରି ନପାରି ହାଲିଆ ହେଇ ପାଣିରେ ବୁଡି ଯାଇଥିଲେ I ତେବେ ଦୁଇରୁ ତିନି ଘଣ୍ଟା ବିତିଯାଇଥିଲେବି କେବଳ ଗରଦପୁର ଅଗ୍ନିଶମ ବିଭାଗର ଟିମ ଏଲଏଫଏମ ରତ୍ନାକର ବାରିକଙ୍କ ନେତୃତ୍ୱରେ ଫାୟାର ମ୍ୟାନ ମାନେ ଖୋଜାଖୋଜି ଜାରି ରଖିଥିଲେ କିନ୍ତୁ ଏବେଯାଏଁ ଛାତ୍ର ଜଣକ ଉଦ୍ଧାର ହୋଇପାରି ନାହିଁ I ଏପର୍ଯ୍ୟନ୍ତ ଓଡ୍ରାଫ ଟିମର ବୋଟ ଘଟଣା ସ୍ଥଳରେ ପହଞ୍ଚି ପାରିନାହିଁ I ତେବେ ଖବର ସଙ୍ଗ୍ରହ ସୁଦ୍ଧା ନିଖୋଜ ଛାତ୍ର ଜଣଙ୍କର ଉଦ୍ଧାର ହୋଇପାରି ନାହିଁ I

Comments (0)
Add Comment