ଗୁମ୍ମାରେ ବିଜେଡିର ବିରାଟ ସମାବେଶ, ରୋଡ ସୋ’ କଲେ ଅଭିନେତ୍ରୀ ଲିପ୍ସା

ପାରଳାଖେମୁଣ୍ଡି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଓ ହାତ ମୁଠାକୁ ସୁଦୃଢ କରିବା ନିମନ୍ତେ ଆଜି ଗୁମ୍ମା ବ୍ଲକର ଗୁମ୍ମା ପଡିଆଠାରେ ବିଜୁ ଜନତା ଦଳ ତରଫରୁ ଏକ ବିରାଟ ସଭା ଆୟୋଜନ ହୋଇଥିଲା । ଏହି ସଭାରେ ୫୦୦୦ରୁ ଉଦ୍ଧ୍ୱର୍ ବିଜେଡି କର୍ମୀ ସମାଗମ ହୋଇଥିଲେ । ଏହି ସଭାଟି ସଫଳ ଭାବେ ଆୟାଜିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚନ୍ଦ୍ରଶେଖର ସାହୁ (ଏମ.ପି, ବ୍ରହ୍ମପୁର ),ବିକ୍ରମ ପଣ୍ଡା (ଏମ୍‌ଏଏଲ, ବ୍ରହ୍ମପୁର), ବରିଷ୍ଠ ନେତା ଡ. ତିରୁପତି ପାଣିଗ୍ରାହୀ, ଜିଲ୍ଲା ସଭାପତି ପ୍ରଦୀପ କୁମାର ନାୟକ, ଯୁବନେତା ଇଂ. ରୂପେଶ ପାଣିଗ୍ରାହୀ, ସୁରେଶ କୁମାର ପାଣିଗ୍ରାହୀ, ଓଡିଆ ଚଳଚ୍ଚିତ୍ର ଅଭିନେତ୍ରୀ ଲିପ୍ସା ମିଶ୍ର, ସୁଶ୍ରୀ କଲ୍ୟାଣୀ ଗଜପତି, ଗୁମ୍ମା ଜିଲ୍ଲା ପରିଷଦ ପ୍ରାର୍ଥିନୀ ଜୋନ -୩ ଗ୍ଲାଡୀ ଗୋମଙ୍ଗ, ଗୁମ୍ମା ଜିଲ୍ଲା ପରିଷଦ ପ୍ରାର୍ଥିନୀ ଜୋନ-୪ ସନ୍ଧ୍ୟା ଶବର ଓ ଗଜପତି ଜିଲ୍ଲାର ସମସ୍ତ ବରିଷ୍ଠ ନେତାଗଣ ଉପସ୍ଥିତ ଥିଲେ ।

Comments (0)
Add Comment