ବସଲାଟ ଜଙ୍ଗଲରେ ମାଈ ହାତୀର ମୃତ୍ୟୁ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସଦର ରେଞ୍ଜ ବସଲାଟ ଜଙ୍ଗଲରେ ଏକ ମାଈ ହାତୀର ମୃତ୍ୟୁ ଘଟିଥିବା ଜଣାପଡିଛି । ଆଜି ସକାଳୁ ସକାଳୁ ଗାଁଲୋକ ଏକ ହାତୀର ମୃତଦେହ ଦେଖି ବନ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ । ପରେ ପରେ ସଦର ରେଞ୍ଜରଙ୍କ ସମେତ ବନ ବିଭାଗ କର୍ମଚାରୀ ଓ ପ୍ରାଣୀ ଚିକିତ୍ସକ ଘଟଣା ସ୍ଥଳରେ ପହଞ୍ଚିଥିଲେ । ପ୍ରାଣୀ ଚିକିତ୍ସକ ତଥା ବନ ବିଭାଗ ପ୍ରାଥମିକ ଅନୁସନ୍ଧାନରୁ ବିଷକ୍ରିୟା ଯୋଗୁଁ ହାତୀର ମୃତ୍ୟୁ ହୋଇଥାଇପାରେ ବୋଲି ଅନୁମାନ କରିଥିବା ବେଳେ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବନ ବିଭାଗ ଅଧିକାରୀ ସୂଚନା ଦେଇଥିବା ବେଳେ ଅଧିକ ଅନୁସଂଧାନ ଜାରି ରଖିଛନ୍ତି ।

Comments (0)
Add Comment