ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା କତଡା ଗ୍ରାମରେ ହାତୀ ଆକ୍ରମଣରେ ଜଣେ କାର୍ଯ୍ୟରତ ହାତୀ ସ୍କ୍ୱାଡ୍ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ପୁଲିସ ସୂତ୍ରରୁ ପ୍ରକାଶ, ଆଜି ଭୋର ସାଢ଼େ ୩ ଟାରେ ଗାଁ ପାଖ ଜଙ୍ଗଲକୁ ୮ ଟିକିଆ ହାତୀପଲ ଫେରୁଥିବା ବେଳେ ହାତୀ ସ୍କ୍ୱାଡ୍ ପିଛା କରୁଥିଲେ। ଏହି ସମୟରେ ଏକ ମାଈ ହାତୀ ନିଜ ଛୁଆ ସୁରକ୍ଷା ପାଇଁ ହାତୀ ସ୍କ୍ୱାଡ୍ କର୍ମଚାରୀ ଯୁଗଳ ନାଏକ(୪୦)ଙ୍କୁ ଏକୁଟିଆ ପାଇ ଦଳି ମାରିଦେଇଥିଲା। ଖବର ପାଇ ରେଞ୍ଜର ମାଧବ ନାଏକ ଓ ସ୍ଥାନୀୟ ପୁଲିସ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛନ୍ତି।