ଟିକା ପ୍ରମାଣପତ୍ର ନଦେଖାଇଲେ ଦରମା ବନ୍ଦ

ଚଣ୍ଡିଗଡ: ଗତ ୨ ବର୍ଷ ଧରି ମହାମାରୀ କରୋନା ଯେଉଁଭଳି ତାଣ୍ଡବ ରଚିଛି ତାହା କେବେବି ଲୋକଙ୍କ ମନରୁ ଲିଭିବନି । ପୁଣି ଏହାର ତୃତୀୟ ଲହର ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରିଛି । ତେଣୁ ଏନେଇ ପ୍ରତି ରାଜ୍ୟର ସରକାର ସତର୍କ ହୋଇଉଠିଛନ୍ତି । ଏହାକୁ ଦୃଷ୍ଟିରେ ରଖି କଡା ନିଷ୍ପତ୍ତି ନେଇଛନ୍ତି ପଞ୍ଜାବ ସରକାର ।

ସରକାରୀ କର୍ମଚାରୀଙ୍କ ପାଇଁ ନିୟମ କଡକଡି କରିଛନ୍ତି ପଂଜାବ ସରକାର । ଟିକା ନେବା ପ୍ରମାଣ ପ୍ରତ୍ର ନଦେଖାଇଲେ ଦରମା ପାଇବେ ନାହିଁ ବୋଲି ଏଠିକାର ସରକାର ଘୋଷଣା କରିଛନ୍ତି । ଏଠିକାର ସରକାରଙ୍କ କହିବା କଥା,ସରକାରୀ ର୍କମଚାରୀଙ୍କୁ ଦରମା ପାଇଁ ଟିକାର ଦୁଇଟି କିମ୍ବା ଅତିକମରେ ଗୋଟିଏ ଡୋଜ୍‌ ଟିକା ନେଇଛନ୍ତି ବୋଲି ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ସବୁ କର୍ମଚାରୀ ପଞ୍ଜାବ ସରକାରଙ୍କ ନିଯୁକ୍ତି ପୋର୍ଟାଲରେ ନିଜର ଟିକା ପ୍ରମାଣପତ୍ର ଅପଲୋଡ କରିବେ। ପ୍ରମାଣପତ୍ର ଅପଲୋଡ କରିବା ପରେ ହିଁ ସେମାନଙ୍କ ଆକାଉଣ୍ଟକୁ ଦରମା ଯିବ। ଟିକା ପ୍ରମାଣପତ୍ର ଅପଲୋଡ କରି ନଥିବା କର୍ମଚାରୀଙ୍କୁ ଦରମା ମିଳିବନି। ତେବେ ଟିକା ନେଇ ନଥିବା କର୍ମଚାରୀଙ୍କ ପାଇଁ ସରକାର କ’ଣ ସବୁ ବ୍ୟବସ୍ଥା କରିଛନ୍ତି, ସେକଥା କୁହାଯାଇନି।

ଟିକା ପ୍ରମାଣପତ୍ର ନଦେଖାଇଲେ ଦରମା ବନ୍ଦ
Comments (0)
Add Comment