“ଆସନ୍ତା ଫେବୃଆରୀ ବେଳକୁ ଆସିବ କରୋନା ଭ୍ୟାକସିନ’

ଭୁବନେଶ୍ୱର, ୨୦/୭: ଆସନ୍ତା ୨୦୨୧ ଫେବୃଆରୀ ବେଳକୁ କରୋନା ଭ୍ୟାକସିନ ଉପଲବ୍ଧ ହୋଇପାରେ ବୋଲି ଆଇଏଲ୍‌ଏସର ନିର୍ଦ୍ଦେଶକ ଅଜୟ ପରିଡା କହିଛନ୍ତି । ସେ କହିଛନ୍ତି ଯେ, ପଶୁଠାରେ ଏହି ଭ୍ୟାକସିନ ଟ୍ରାଏଲର ସଫଳତା ପରେ ମଣିଷ ଉପରେ ଟ୍ରାଏଲ୍ କରାଯିବ । ଏବେ ଫାଷ୍ଟ ଟ୍ରାଏଲ ଚାଲିଛି । ସଫଳତା ପରେ ସେକେଣ୍ଡ ଟ୍ରାଏଲ କରାଯିବ । ଯଦି ସଫଳତା ମିଳେ ତେବେ ଡିସେମ୍ବର, ଜାନୁଆରୀ, ଫେବୃଆରୀ ବେଳକୁ କରୋନା ଭ୍ୟାକସିନ ମାନବୀୟ ଉପଯୋଗ ପାଇଁ ଆସିଯିବ ବୋଲି ସେ ଆଶାପ୍ରକାଶ କରିଛନ୍ତି । ଶ୍ରୀ ପରିଡା କହିଛନ୍ତି ଆଇଏଲଏସ ସହ ୬ଟି ସଂସ୍ଥାକୁ ଆଣ୍ଟି ଭାଇରସ ଟେଷ୍ଟ ପାଇଁ କୁହାଯାଇଛି । ଆସନ୍ତା ଅଗଷ୍ଟରୁ ଏହି ଟେଷ୍ଟ ଆରମ୍ଭ କରାଯିବ ।

Comments (0)
Add Comment