ଟ୍ରାକ୍ଟର ଚଳାଇ ପରିବାରର ଭରଣପୋଷଣ କରୁଛନ୍ତି ସାହସୀ ମହିଳା

ଋାଉରକେଲା: କୁହାଯାଏ ଦୃଢ ଇଚ୍ଛା ଶକ୍ତି ଓ ଆତ୍ମବିଶ୍ୱାସ ଥିଲେ ମଣିଷ ଯେ କୌଣସି କାମକୁ ସମ୍ଭବ କରି ଦେଖାଇଥାଏ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବଣାଇ ବ୍ଲକର ଜଣେ ମହିଳାଙ୍କ କ୍ଷେତ୍ରରେ । ସ୍ୱାମୀଙ୍କ ମୃତ୍ୟୁ ପରେ ଭାଙ୍ଗି ନ ପଡି ଟ୍ରାକ୍ଟର ଚଳାଇ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ଆଉ ସାଜିଛନ୍ତି ଅନ୍ୟମାନଙ୍କ ପାଇଁ ଉଦାହରଣ । ଏହି ସାହସୀ ମହିଳା ଜଣକ ହେଲେ ସୁନ୍ଦରଗଡ ଜିଲ୍ଳା ବଣାଇ ବ୍ଲକର କଷଡା ଗ୍ରାମର ଅନିମା ଓରାମ । ସ୍ୱାମୀଙ୍କ ମୃତ୍ୟୁ ପରେ ନିଜ ଦୁଇ ପିଲାଙ୍କୁ ପାଠ ପଢାଇବା ପାଇଁ ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ଟ୍ରାକ୍ଟର ଚଳାଇବାକୁ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ସେ ଅନେକଙ୍କୁ ଟ୍ରାକ୍ଟର ଚଳାଇବା ଶିଖାଇଦେବା ପାଇଁ ଅନୁରୋଧ କରିଥିଲେ । କିନ୍ତୁ ତାଙ୍କୁ କେହି ବି ସାହାଯ୍ୟ କରିନଥିଲେ । ପରେ ବୃତ୍ତିଗତ ଡ୍ରାଇଭରଙ୍କ ଠାରୁ ଟ୍ରାକ୍ଟର ଚଳାଇବା ଶିଖିଥିଲେ । ପରେ ନିଜ ଚେଷ୍ଟାରେ ସେ ଟ୍ରାକ୍ଟର ଶିଖି ତାହା ଚଳାଇଥିଲେ । ନିଜ କ୍ଷେତରେ ଚାଷ କରିବା ସହ ଅନ୍ୟମାନଙ୍କ କ୍ଷେତରେ ଚାଷ କରି ଏବେ ଭଲ ଦି ପଇସା ରୋଜଗାର କରୁଛନ୍ତି । ଇଛା ଶକ୍ତି ଥିଲେ ସବୁ ସମ୍ଭବପର ବୋଲି ଅନିମା ପ୍ରମାଣିତ କରିଦେଇଛନ୍ତି ।

Comments (0)
Add Comment