ପ୍ରତି ପଞ୍ଚାୟତରେ ଧାନମଣ୍ଡି ଖୋଲିବା ଦାବିରେ କିଷାନ କ୍ଷେତ ମଜଦୁର ସଙ୍ଗଠନର ବିକ୍ଷୋଭ

କେନ୍ଦୁଝର: ଅଲ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଙ୍ଗଠନ (ଏଆଇକେକେଏମଏସ) ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖ ରେ ଏକ ବିକ୍ଷୋଭ ହୋଇଯାଇଛି । ବିକ୍ଷୋଭ ପୂର୍ବରୁ କେନ୍ଦୁଝରସ୍ଥ କରଞ୍ଜିଆ ବସଷ୍ଟାଣ୍ଡରୁ ଶତାଧିକ ମହିଳା ସମେତ ଚାଷୀମାନେ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଏକତ୍ରିତ ହୋଇ ପ୍ରତ୍ୟେକ ପଞ୍ଚାୟରେ ମଣ୍ଡିଖୋଲି ୨ଠ୨୧ – ୨୨ ଖରିଫ ଧାନ ଖରିଦ କରିବା, ରେଜିଷ୍ର୍ଟ୍ରେସନ ସମୟରେ ଭୁଲ ହୋଇଥିବା ଜମିର ପରିମାଣ ସଂଶୋଧନ କରି ଚାଷୀଙ୍କ ଠାରୁ ଧାନ ଖରିଦ କରିବା, ଭାଗ ଚାଷିଙ୍କୁ ମଣ୍ଡିରେ ଧାନ ଦେବାର ବ୍ୟବସ୍ଥା କରିବା, ବର୍ଷସାରା ମଣ୍ଡିଖୋଲି ଚାଷିମାନଙ୍କର ଧାନ ଖରିଦ କରିବା ଇତ୍ୟାଦି ସ୍ଲୋଗାନ ଦେଇ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିକ୍ଷୋଭ ସ୍ଥଳରେ ବରିଷ୍ଠ ଚାଷୀ ନେତା କମ୍ରେଡ ଘନଶ୍ୟାମ ମହାନ୍ତଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ୭ ଦିନ ଭିତରେ ଜିଲ୍ଲାରେ ଥିବା ଲ୍ୟାମ୍ପ ଗୁଡିକୁ ଯଦି ନଖୋଲନ୍ତି ତେବେ ସମସ୍ତ ଚାଷୀଭାଇ ରାଜରାସ୍ତାକୁ ଓହ୍ଲାଇବାକୁ ପ୍ରସ୍ତୁତ ରହିବାକୁ ଆହ୍ମାନ ଦେଇଥିଲେ । ବିକ୍ଷୋଭ ସ୍ଥଳରୁ ବେଣୁଧର ସର୍ଦ୍ଦାରଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ୪ ଦଫା ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।

Comments (0)
Add Comment