ଘରେ ଲାଗିଗଲା ନିଆଁ , ବାପପୁଅ ଗୁରୁତର

କାମାକ୍ଷାନଗର: ଆଖି ପିଛୁଳାକେ ଘରେ ଲାଗିଗଲା ନିଆଁ । ଏହି ନିଆଁରେ ଜଳିଗଲେ ଉଭୟ ବାପପୁଅ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏପରି ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଖଇରପଶି ଗାଁରେ ଘଟିଛି। ଗୁରୁତର ବାପପୁଅ ହେଲେ ଚତୁର୍ଭୁଜ ନାୟକ ଏବଂ ପୁଅ ରାଜେଶ ନାୟକ ।

ବିଦ୍ୟୁତ୍‌ ସର୍ଟ ସର୍କିଟ ଯୋଗୁଁ ଖଇରପଶି ଗାଁର ହରିଜନ ସାହିସ୍ଥିତ ଚତୁର୍ଭୁଜଙ୍କ ଘରେ ନିଆଁ ଲାଗି ଯାଇଥିଲା। ଆଖି ପିଛୁଳାକେ ନିଆଁ ଲାଗିବାରୁ ପରିବାର ଲୋକେ ଘରୁ ବାହାରି ପାରି ନ ଥିଲେ। ଏଥିରେ ଉଭୟ ବାପପୁଅ  ଚତୁର୍ଭୁଜ ଏବଂ  ରାଜେଶ  ଗୁରୁତର ହୋଇଥିବା ବେଳେ ସ୍ଥାନୀୟ ଲୋକେ ତୁରନ୍ତ ପରିବାରର ଅନ୍ୟମାନଙ୍କ ଉଦ୍ଧାର କରିଥିଲେ।  ଅଗ୍ନିକାଣ୍ଡ ଯୋଗୁଁ ଘରର ଆସବାବପତ୍ର, ଧାନ ଓ ଚାଉଳ ସହ ଅନେକ ଆବଶ୍ୟକ କାଗଜପତ୍ର ଜଳି ପୋଡି ନଷ୍ଟ ହୋଇଯାଇଛି ।

ପରଜଙ୍ଗ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଅଗ୍ନି ବିପନ୍ନଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।

Comments (0)
Add Comment