ରାଉରକେଲା : ସେକ୍ଟର-୭ ଥାନା ଅନ୍ତର୍ଗତ କବିସମ୍ରାଟ୍ ପାଲିରେ ଏକ ଅଘଟଣ ଘଟିଯାଇଛି । ଗ୍ୟାସ୍ ଟାଙ୍କି ଲିକ୍ ହୋଇ ଗୋଟିଏ ପରିବାରର ୨ ଜଣ ସଦସ୍ୟଙ୍କର ମୃତ୍ୟୁ ହୋଇଛି । ସୋମବାର ଦିନ ଗ୍ୟାସ୍ ଟାଙ୍କିରୁ ଗ୍ୟାସ୍ ଲିକ୍ ହେବା ଫଳରେ ଏଥିରେ ନିଆଁ ଲାଗି ବାପା, ମା ଓ ପୁଅ ଗୁରୁତର ହୋଇଥିଲେ । ସେମାନଙ୍କୁ ରାଉରକେଲା ଇଷ୍ପାତ ଜେନେରାଲ୍ ହସ୍ପିଟାଲ୍ରେ ଭର୍ତି କରାଯାଇଥିଲା । ବୁଧବାର ରାତିରେ ଅଯୋଧ୍ୟା ସାହୁଙ୍କ ମୃତ୍ୟୁ ହୋଇଡଥିବା ବେଳେ ମା ଓ ପୁଅଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ ମେଡିକାଲ୍ କୁ ସ୍ଥାନାନ୍ତର କରାଯାଉଥିବା ବେଳେ ରାସ୍ତାରେ ପ୍ରୁଅର ମୃତ୍ୟୁ ଘଟିଥିଲା । ତେବେ ଗୁରୁତର ରିତାଞ୍ଜଳିଙ୍କୁ କଟକ ବଡ ମେଡିକାଲ୍ରେ ଭର୍ତ୍ତି କରାଯାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।