ପୋଲିସ ଚେକ ପୋଷ୍ଟ ପାଇଁ ସୀମାନ୍ତ ଅଞ୍ଚଳରେ ଗୃହ ନିର୍ମାଣ

କୋଭିଡ଼ି19 ବ୍ୟାପିବାରୁ ଗଜପତି ଜିଲ୍ଲାକୁ ରକ୍ଷା କରିବା ପାଇଁ ଆନ୍ଧ୍ରପ୍ରଦେଶ ର ସୀମାନ୍ତ ଅଞ୍ଚଳ ଏବଂ ଓଡ଼ିଶା ର ରାୟଗଡା ଗଂଜାମ ଏବଂ କନ୍ଧମାଳ ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଅନୁପ୍ରବେଶକୁ ରୋକିବା ପାଇଁ 17ଟି ସ୍ଥାନ ରେ ପୋଲିସ ଚେକ ପୋଷ୍ଟ ସ୍ଥାପନ କରିବା ସହ ସେଠାରେ ସେମାନଙ୍କ ପାଇଁ ସ୍ଥାୟୀ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରତ୍ୟେକ ଜାଗାରେ 24 ଘଣ୍ଟିଆ ପୋଲିସ ମୃତୟନ ପାଇଁ ଗଜପତି ଏସପି ସାରା ଶର୍ମା ବନ୍ଦୋବସ୍ତ କରିଥିବା ବେଳେ ଜିଲ୍ଲା ପାଳ ଅନୁପମ ସାହା ପୋଲିସ ଚେକ ପୋଷ୍ଟରେ ସ୍ଥାୟୀଗୃହ ପାଇଁ ବ୍ଲକରେ ଥିବା ବିଭିନ୍ନ ଅନୁଦାନ ର ଖର୍ଚ୍ଚ ନ ହୋଇ ପଡିରହିଥିବା ଅନୁଦାନରୁ ଅନୁମୋଦନ କରିଛନ୍ତି। ସେଥି ସହିତ ପ୍ରତ୍ୟେକ ଚେକ ପୋଷ୍ଟରେ ଜିଲ୍ଲା ପ୍ରଶାସନ ତରଫରୁ କର୍ମଚାରୀ ନିର୍ଯୁକ୍ତି ହୋଇଛନ୍ତି। ଏହା ସହିତ ପ୍ରତ୍ୟେକ ଚେକ ପୋଷ୍ଟରେ c c ଟିଭି କ୍ୟାମେରାର ବନ୍ଦୋବସ୍ତ କରାଯାଇଛି। ମୋଟ 17 ଗୋଟି ଚେକ ପୋଷ୍ଟ ମଧ୍ୟରୁ ଆନ୍ଧ୍ରପ୍ରଦେଶ ର ସୀମାନ୍ତରେ 8 ଗୋଟି ଓଡ଼ିଶାର ରାୟଗଡା ଜିଲ୍ଲା ସୀମାନ୍ତରେ 5ଗୋଟି କନ୍ଧମାଳ ଜିଲ୍ଲା ସୀମାନ୍ତ ରେ ଗୋଟିଏ ଗଞ୍ଜାମ ଜିଲ୍ଲା ସୀମାନ୍ତ ରେ 3 ଗୋଟି ଚେକ ପୋଷ୍ଟ ଅବସ୍ଥାପିତ କରାଯାଇଛି।ଚେକ ପୋଷ୍ଟ ମାନଙ୍କରେ ଧରା ପଡୁଥିବା ବ୍ୟକ୍ତି ବିଶେଷଙ୍କୁ ପାଇଁ ଆନୁଷ୍ଠାନିକ କ୍ୱାରେଣ୍ଟ।ଇନରେ ରଖି ସେମାନଙ୍କ ର ସ୍ୱାସ୍ଥ୍ୟ ଅବସ୍ଥାକୁ ନିୟମିତ ପରୀକ୍ଷା କରାଯାଉଛି। ଏହାର ଦାୟିତ୍ୱ ପଞ୍ଚାୟତ ସମିତି ସ୍ତରରେ ଗୋଷ୍ଠି ଉନ୍ନୟନ ଅଧିକାରୀ ଏବଂ ସ୍ଥାନୀୟ ପୋଲିସକୁ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କ୍ରମେ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କୁ 14 ଦିନ କ୍ୱାରେଣ୍ଟ।ଇନ ରେ ରଖିବା ପରେ ସେ ବ୍ୟକ୍ତିଙ୍କୁ ଲକଡାଉନ ଉଠିବା 2000ଟଙ୍କା ଦିଆଯିବାର ବ୍ୟବସ୍ଥା କରାଯାଇଛି।

Comments (0)
Add Comment