ବୌଦ୍ଧ: ଆଜିଠାରୁ ସମଗ୍ର ରାଜ୍ୟରେ ଅନଲାଇନରେ ମଦ ବିକ୍ରି କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସେଥିପାଇଁ ଓଡିଶାର କେଉଁ କେଉଁ ଜିଲ୍ଲା ଓ ସ୍ଥାନରେ ବିଦେଶୀ ମଦପାଇଁ କେଉଁ ଇମେଲରେ ମଦ ଦୋକାନୀଙ୍କ ସହ ଯୋଗାଯୋଗ କରି ନିଜର ଅର୍ଡର ଦେଇ ହେବ ତାର ଏକ ତାଲିକା ଜାରି କରିଛନ୍ତି । ଇମେଲ କିମ୍ବା ମୋବାଇଲ ନମ୍ବରରେ ଯୋଗାଯୋଗ କଲେ ଗ୍ରାହକଙ୍କୁ ଦୋକାନୀ ମଦନେଇ ଘରେ ପହଞ୍ଚାଇଦେବେ ।
ବୌଦ୍ଧଜିଲ୍ଲାରେ ୧୩ଗୋଟି ଠିପି ବନ୍ଦ ବିଦେଶୀ ମଦ ଦୋକାନକୁ ଅନଲାଇନରେ ମଦ ବିକିବାକୁ ଅନୁମତି ସରକାର ଦେଇଥିବା ତାଲିକାରେ ଉଲ୍ଲେଖ କରି ସେହି ଦୋକାନ ମାନଙ୍କର ଇମେଲ ଠିକଣା ଓ ମୋବାଇଲ ନମ୍ବର ଜାରି କରିଛନ୍ତି । ବୌଦ୍ଧଜିଲ୍ଲାର ବଘିଆପଡା, ବାଉଁଶୁଣୀ, ଚାରିଛକ, ଛତ୍ରଙ୍ଗ, ଘଣ୍ଟାପଡା, କଣ୍ଟାମାଳ, ମନମୁଣ୍ଡା, ପଲସାଗୋରା, ପୁରୁଣାକଟକ, ରାଧାନଗର, ଶଗଡା, ବୌଦ୍ଧ-୧, ବୌଦ୍ଧ-୨ ଦୋକାନରେ ଅନଲାଇନ ମଦବିକ୍ରିର ବ୍ୟବସ୍ଥା ଥିବା ସରକାର ସୂଚନା ଦେଇଛନ୍ତି । ମଦର ଗ୍ରାମ ଉପରେ ସରକାର ୫୦ ପ୍ରତିଶତ କୋଭିଡ ଫି ଲଗାଇଛନ୍ତି । ଦୋକାନ ସାମ୍ନାରେ ଭିଡ ନହେବାକୁ ପ୍ରତିଶ୍ରୁଦ୍ଧି ଦେବାକୁ ରିଟେଲରଙ୍କ ପାଇଁ ସର୍ତ୍ତ ରଖିଛନ୍ତି । ଗ୍ରାହକଙ୍କ ଠାରୁ ରିଟେଲର ହୋମ ଡେଲିଭରି ଚାର୍ଜ ନେବେ ।