ସାମାଜିକ ସଂଗଠନ ସେବା ଫାଉଣ୍ଡେସନ ତରଫରୁ ସ୍ୱୟଂ ଚାଳିତ ସାନିଟାଇଜେସନ ମେସିନ ସ୍ଥାପନା ଓ ସେବା ସମ୍ମାନ ପ୍ରଦାନ

ସେବା ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଶ୍ରୀମତୀ ପୁଷ୍ପିତା ମହାପାତ୍ର ଙ୍କ ସହଯୋଗ ରେ ଆଚାର୍ଯ୍ୟ ହରିହର କ୍ୟାନ୍ସର ଗବେଷଣା କେନ୍ଦ୍ର, କଟକ ଠାରେ ଏକ ସ୍ୱୟଂ ଚାଳିତ ହାତ ସାନିଟାଇଜେସନ ମେସିନ ସ୍ଥାପନ କରାଯାଇଛି। ଶିଶୁ କ୍ୟାନ୍ସର ରୋଗୀ ମାନଙ୍କ ପାଇଁ ଶ୍ରୀ ପ୍ରଦୀପ ବେହେରା ଙ୍କ ସହଯୋଗ ରେ ୨୪ ଟି ଡିଜିଟାଲ ଥର୍ମୋମିଟର ମଧ୍ୟ ପ୍ରଦାନ କରାଯାଇଛି।
କଟକ ର ସ୍ଵନାମଧନ୍ୟ ସମାଜସେବୀ ଶ୍ରୀଯୁକ୍ତ ଅଭିମନ୍ୟୁ ଦାସ ଙ୍କ ସମେତ ୨୪ ଜଣଙ୍କୁ ସେବା ସମ୍ମାନ ୨୦୨୦ ରେ ସମ୍ମାନିତ କରାଯାଇଛି।
ସେବା ଫାଉଣ୍ଡେସନ ର ସମ୍ପାଦକ ସାର୍ଥକ କୁମାର ପରିଡା ଙ୍କ ସଂଯୋଜନା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମାଜିକ ଦୂରତ୍ୱ ଅନୁପାଳନ କରିବା ସହ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା।
କାର୍ଯ୍ୟକ୍ରମ ରେ ସେବା ଫାଉଣ୍ଡେସନ ର ସମ୍ପାଦକ କୃତିଦୀପ୍ତ ପରିଡା, ସମ୍ପାଦିକା ଲିପ୍ସା ନାୟକ, ସହ ସମ୍ପାଦକ ତୁଷାର ରଞ୍ଜନ ବେହେରା, ସେବା ଫାଉଣ୍ଡେସନ ର ଉପଦେଷ୍ଟା ଆଡ଼ଭୋକେଟ ଗୀତାଞ୍ଜଳି ବେହୁରା ଓ ଶ୍ରୀମତୀ ପୁଷ୍ପିତା ମହାପାତ୍ର ଉପସ୍ଥିତ ଥିଲେ।

Comments (0)
Add Comment