କୋଟିପତି ହୋଇଗଲେ ମାଛ ଧରାଳି, ଜାଣନ୍ତୁ କେମିତି

ମୁମ୍ବାଇ: ଭଗବାନ ଯେତେବେଳେ ବି ଦିଅନ୍ତି ଛପର ଫାଡି ଦିଅନ୍ତି। ଏ ଉକ୍ତି ଏବେ ସତ ହୋଇଛି। ମୁମ୍ବାଇର ଜଣେ ମାଛଧାରାଳି ଏବେ ରାତାରାତି ବନି ଯାଇଛନ୍ତି କୋଟିପତି। ମହାରାଷ୍ଟ୍ର ପାଲଘରର ମାଛଧରାଳି ଚନ୍ଦ୍ରକାନ୍ତ ଦିନକରେ ୧ କୋଟିରୁ ଅଧିକ ଟଙ୍କାରେ ମାଛ ବିକ୍ରି କରି ରେକର୍ଡ ସୃଷ୍ଟି କରିଛନ୍ତି। କରୋନା କଟକଣା ଏବଂ ମନସୁନ ଯୋଗୁଁ ଦୀର୍ଘ ଦିନ ହେବ ସମୁଦ୍ର ଭିତରକୁ ମାଛଧରାଳିମାନଙ୍କୁ ଯିବା ପାଇଁ ବାରଣ ହୋଇଥିଲା। ଏହି କଟକଣା ହଟିବା ପରେ ଚନ୍ଦ୍ରକାନ୍ତ ପ୍ରଥମ ଥର ଲାଗି ଅଗଷ୍ଟ ୨୮ ତାରିଖରେ ସମୁଦ୍ର ଭିତରକୁ ମାଛ ଧରିବାକୁ ଯାଇଥିଲେ। ଆରବ ସାଗରରେ ସେ ମାଛ ଧରିିଥିଲେ। ସେତେବେଳେ ଭାଗ୍ୟବଶତଃ ତାଙ୍କ ଜାଲରେ ଗୋଟିଏ କି ଦୁଇଟି ନୁହେଁ ପ୍ରାୟ ୧୫୭ଟି ଘୋଲ ମାଛ ବା ସି ଗୋଲ୍ଡ ଫିସ୍‌ ଧରାପଡିଥିଲା। ଏହାପରେ ପାଲଘର ମାଛ ମାର୍କେଟରେ ଏହି ମାଛକୁ ଚନ୍ଦ୍ରକାନ୍ତ ଏବଂ ତାଙ୍କ ପୁଅ ମିଶି ୧ କୋଟି ୩୩ ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ସମସ୍ତଙ୍କୁ ଚକିତ କରିବା ସହ ଭାଇରାଲ ମଧ୍ୟ ହବାରେ ଲାଗିଛି।

Comments (0)
Add Comment