ଫୁଲବାଣୀ ସହର କୂତ୍ରିମ ବନ୍ୟା

କନ୍ଧମାଳ : ବୁଧବାର ସନ୍ଧ୍ୟାରେ ହୋଇଥିବା ବର୍ଷାରେ ଫୁଲବାଣୀ ସଦର ମହକୁମା ମୁଖ୍ୟ ବଜାର ରାସ୍ତା,ଗଲିକନ୍ଦି ଉପରେ ଆଣ୍ଠୁଏ ଆଣ୍ଠୁଏ ପାଣି, ପଙ୍କ ମଇଳା ଦେଖିବାକୁ ମିଳିଛି l ଏହି ଫଳରେ ରାସ୍ତାର ପାଣି ଡ୍ରେନରେ ଯିବା ପରିବର୍ତ୍ତେ ଦୋକାନ, ଗୃହ, ଘର ଭିତରେ ପାଣି ଢେଉ ହୋଇ ପ୍ରବେଶ କରିଥିଲା ଯାହାଫଳରେ ବ୍ୟବସାୟୀ, ଲୋକମାନେ ଏହାର ଶିକାର ହୋଇପଡିଥିଲେ। ଫୁଲବାଣୀ ପୌରପରିଷଦ, ରାସ୍ତା ନିର୍ମାଣ କରିଥିବା ଏଆରଏସଏସ ଠିକ ଭାବରେ ରାସ୍ତା, ଡ୍ରେନ ନିର୍ମାଣ ନ କରିବା ଫଳରେ ଏପରି କୂତ୍ରିମ ବନ୍ୟା ସମୟରେ ଏପରି ବିପଦ, ନଷ୍ଟ ଶୃଷ୍ଟି ହେବାର ମୁଖ୍ୟ କାରଣ। ସେହିପରି ଡ୍ରେନ୍ ଉପରେ ଘର, ଦୋକାନ, ନିଜ ସମ୍ମୁଖରେ ଥିବା ଡ୍ରେନ କୁ ସଫାସୁତରା ନ କରିବା ବିନାପ୍ଲାନିଂ ରେ କୁଜି ଠିକାଦାର କୁ କାମ ଦେବା ଫଳରେ ଏହି ପ୍ରକାର ସମସ୍ୟା ଶୃଷ୍ଟି ହୋଇଥାଏ l ପୌର ପରିଷଦ ପକ୍ଷରୁ ସବୁ ଜାଗାରେ ଡ୍ରେନ ସଫା ହୋଇ ପାରୁଥିବା ବେଳେ ଡ୍ରେନ୍ ଉପରେ ପ୍ଲେଟ ପକାଇ ଦୋକାନ କରିଥିବା ଯୋଗୁ ଡ୍ରେନ୍ ଗୁଡିକ ଜାମ୍ ହୋଇ ଏପରି ରାସ୍ତା ଉପରେ ଆଣ୍ଠୁଏ ପାଣି, ମଇଳା, ଅପରିଷ୍କାର ଜମୁଛି ବୋଲି ସର୍ବସାଧାରଣରେ କୁହାଯାଉଛି l ଏଥିପ୍ରତି କନ୍ଧମାଳ ଜିଲ୍ଲା ପାଳ, ପୌରପରିଷଦ ଅଧିକାରୀ, ତହସିଲଦାର ଦୃଷ୍ଟି ଦେଇ ଜମି ଅଧିଗ୍ରହଣ କରିଥିବା ଦୋକାନ, ଆଗକୁ ବଢ଼ାଇଥିବା ଘର କୁ ଉଛେଦ କରାଗଲେ କୃତିମ ବର୍ଷା, ବର୍ଷା ଦାଉରୁ ଜନସାଧାରଣ ରକ୍ଷା ପାଇପାରିବେ ଓ ଯେଉଁମାନେ ରାସ୍ତା ଉପରେ ଅବାଧରେ ରାସ୍ତା ତିଆରିକରିଛନ୍ତିଏହି ମାନଙ୍କ ଉପରେ ଦୃଢ଼ ପଦକ୍ଷେପ, ରାସ୍ତା ଉପରେ ଫାଇବର ଇଟା ପକାଯାଇଛି ଏହାର ଠିକ ଭାବରେ କାମ ନ କରିଥିବା ଠିକାଦାର, ଯନ୍ତ୍ରୀ ଉପରେ ଦୃଢ଼ ପଦକ୍ଷେପ ନେଲେ ସମସ୍ତ ସୁବିଧା ହୋଇପାରିବ।

Comments (0)
Add Comment