ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ପ୍ରତିଷ୍ଠା ଦିବସ

ଫୁଲବାଣୀ : ଫୁଲବାଣୀ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ୩୪ତମ ପ୍ରତିଷ୍ଠା ଦିବସ ଅତି ଆନନ୍ଦ ଉଲ୍ଲାସର ସହିତ ପାଳନ ହୋଇଯାଇଛି I ବୁଧବାର ଅନୁଷ୍ଠିତ ଏହି ଉତ୍ସବ ଅବସରରେ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ଅଭିଭାବିକା, ଅପା ଓ ଭାଇ ତଥା ପରିଚାଳନା ମଣ୍ଡଳୀର ସମସ୍ତ ସଭ୍ୟ ସଭ୍ୟା ଯୋଗ ଦେଇଥିଲେ I କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ଆଶା ଅପା ସ୍ୱାଗତ ଭାଷଣ ଦେଇଥିଲେ। ଅନୁଷ୍ଠାନର ସମ୍ପାଦିକା ବନାନୀ ଅପା ‘ପ୍ରତିଷ୍ଠା ଦିବସର ତାତ୍ପର୍ଯ୍ୟ’ ବିଷୟରେ ଅଭିଭାଷଣ ରଖିଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ରୂପେ ରାଜ୍ୟ ସାମ୍ବାଦିକ ୟୁନିଅନ୍ (ଓୟୁଜେ)ର ସମ୍ପାଦକ ତଥା ଫୁଲବାଣୀର ବିଶିଷ୍ଠ ରକ୍ତଦାତା ପ୍ରଶାନ୍ତ କୁମାର ବେହେରା ଯୋଗ ଦେଇ କହିଥିଲେ ଯେ ଛାତ୍ର ଛାତ୍ରୀ ମାନେ ଶିକ୍ଷା ସମେତ ସଂସ୍କାର ମଧ୍ୟ ଶିଖିବା ଆବଶ୍ଯକ ନହେଲେ ଶିକ୍ଷା ସମ୍ପୁର୍ଣ୍ଣ ହୁଏ ନାହିଁ। ସଂସ୍କାର ବିନା ଶିକ୍ଷା ପୁର୍ଣ୍ଣାଙ୍ଗ ନୁହେଁ ତେଣୁ ଏହି ଅନୁଷ୍ଠାନକୁ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ନାମ ଦିଆଯାଇଛି। ଏହି ଅବସରରେ ମୁଖ୍ୟବକ୍ତା ରୂପେ ଅନୁଷ୍ଠାନର ପ୍ରାକ୍ତନ ଛାତ୍ର କିରଣ କୁମାର ମହାନ୍ତି ଯୋଗ ଦେଇ ‘ଶ୍ରୀ ମା’ଙ୍କ ଦିବ୍ୟଉପସ୍ଥିତ ‘ ଓ ‘ ଜୀବନରେ ପାଠଚକ୍ରର ଆବଶ୍ୟକତା ବିଷୟରେ ସମସ୍ତଙ୍କୁ ବୁଝାଇଥିଲେ ଏବଂ ମା’ଙ୍କର ଏକ ପ୍ରାର୍ଥନା ଗାନ କରିଥିଲେ l ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତା ଓ ନୃତ୍ୟ ପରିବେଷଣକରାଯାଇଥିଲା l ଶେଷରେ ମୁଖ୍ୟ ଅତିଥି ଓ ଅନୁଷ୍ଠାନର ପରିଚାଳନା କମିଟିର ସଭ୍ୟ ମଧୁ ଭାଇ, ମହେନ୍ଦ୍ର ସୁବୁଦ୍ଧି ଭାଇ, କିରଣ ଭାଇ, ବନାନୀ ଅପାଙ୍କ ଦ୍ୱାରା କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ପରିଶେଷରେ ସମସ୍ତଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ ସହିତ ନୀରବ ଧ୍ୟାନ ସହ କାର୍ଯ୍ୟ ସମାପନ କରାଯାଇଥିଲା l ଅନୁଷ୍ଠାନର ସଭାପତି ସନ୍ତୋଷ ଭାଇ ଅନୁପସ୍ଥିତ ଥିବା ହେତୁ ଏକ ସନ୍ଦେଶ ଜରିଆରେ ସମସ୍ତ କର୍ମକର୍ତ୍ତା, ସଭ୍ୟସଭ୍ୟା, ଛାତ୍ରଛାତ୍ରୀ, ଅଭିଭାବକ ଏବଂ ସମସ୍ତ ଅପଭାଇଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ନିଷ୍ଠା ଓ ଆଗ୍ରହର ସହ ମାତୃକାର୍ଯ୍ୟରେ ସାମିଲ ହୋଇ ନିଜକୁ ମାର୍ଜିତ କରିବା ପାଇଁ ଅନୁରୋଧ କରିଥିଲେ l

Comments (0)
Add Comment