ମହାରାଜା ହାଇସ୍କୁଲ ୧୯୭୬ ବ୍ୟାଚ ଛାତ୍ରମାନଙ୍କ ବନ୍ଧୁ ମିଳନ

ସୁବର୍ଣ୍ଣପୁର: ସ୍ଥାନୀୟ ମେହେର ପାର୍କ୍ସରେ ମହାରାଜା ହାଇସ୍କୁଲର ୧୯୭୬ ବ୍ୟାଚର ଏକ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଏହି ବ୍ୟାଚର ୫୨ଜଣ ପୁରାତନଛାତ୍ର ଯୋଗଦାନ କରିଥିଲେ । ଏହିଅବସରରେ ସଂଘର ସଂଯୋଜକ ସିତାଂଶୁ ଶେଖର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।
ସଭାର ପ୍ରାରମ୍ଭରେ ଏହି କିଛିଦିନ ଭିତରେ ବନ୍ଧୁ ସନ୍ତୋଷ କୁମାର ଅଗ୍ରୱାଲା,ବାଲ୍ମିକୀ ବିନ୍ଧାଣି ଓ ରଘୁନାଥ ହୋତାଙ୍କ ବିୟୋଗରେ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଦୁଇମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା । ଏହିସଭାରେ ସମ୍ପାଦକ ଜ୍ୟୋତିରଞ୍ଜନ ପଟ୍ଟନାୟକ କାର୍ଯ୍ୟକ୍ରମ ର ସମ୍ପୂର୍ଣ୍ଣ ବିବରଣୀ ବିସ୍ତୃତ ଭାବରେ ରଖିଥିଲେ ।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ କୈବଲ୍ୟ କୁମାର ମିଶ୍ର,ଲୋକନାଥ କର, ରାଧେଶ୍ୟାମ ଓତା, ଶଙ୍କର ମେହେର, ଗୁଣନିଧି ମେହେର, ଭିକାରୀ ପୃଷ୍ଟି, ଡାକ୍ତର ପ୍ରଦୀପ ଗୁରୁ, ନବୀନ ମେହେର ,ପର୍ଶୁରାମ ମିଶ୍ର, ନବଘନ ସାଣ୍ଢ, ବ୍ରଜବନ୍ଧୁ ମିଶ୍ର, ପ୍ରଦୀପ ନନ୍ଦ, ଗୋପାଳ ମିଶ୍ର, ରାଜେନ୍ଦ୍ର ସାହୁ, ଯୋଗେଶ୍ୱର ସେଠି, ଶଙ୍କର୍ଷଣ ପଣ୍ଡା, ହରେକୃଷ୍ଣ ମିଶ୍ର, ଅମିତାବ ଷଢଙ୍ଗି, ଜୟନରାୟଣ ମହାରଣା, କୈଳାଶ ଅଗ୍ରୱାଲା, ଗୋବିନ୍ଦ ଅଗ୍ରୱାଲା, ଘନଶ୍ୟାମ ଅଗ୍ରୱାଲା, ସୁଧିର ମେହେର,ଦେବେନ୍ଦ୍ର ମେହେର, ପ୍ରକାଶ ଚନ୍ଦ୍ର ମହାପାତ୍ର ଆଲୋଚନାରେ ଅଂଶ ଗ୍ରହଣ କରି ନିଜ ନିଜର ଛାତ୍ର ଜୀବନର ଅନୁଭୁତି ଉପରେ ଆଲୋକପାତ କରିଥିଲେ ।
ଶ୍ରୀ ଶଙ୍କର ମେହେରଙ୍କୁ ଏହି ବନ୍ଧୁ ମିଳନ ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ସୁବର୍ଣ୍ଣପୁରରେ ଥିବା କୁଷ୍ଠାଶ୍ରମର ଅନ୍ତେବାସୀଙ୍କୁ ମିଠା ଓ ଫଳ ପ୍ରଦାନ କରାଯାଇଥିଲା ।
ଆସନ୍ତା ବର୍ଷର ବନ୍ଧୁ ମିଳନ ସକାଶେ ଏକ ସାତ ଜଣିଆ କମିଟି ଗୁଣନିଧି ମେହେରଙ୍କ ଅଧ୍ୟକ୍ଷତାରେ ଗଠନ କରାଗଲା । ଏଥିରେ ଜ୍ୟୋତିରଞ୍ଜନ ପଟ୍ଟନାୟକ, ସିତାଂଶୁ ଶେଖର ମିଶ୍ର,ବାଙ୍କା ନିଧିରାୟଗୁରୁ, ଭିକାରୀ ପୃଷ୍ଟି,ନବଘନ ସାଣ୍ଢ, ଜୟ ନାରାୟଣ ମହାରଣା ପ୍ରମୁଖ ସଦସ୍ୟ ରହିଛନ୍ତି ।

Comments (0)
Add Comment