ପୁଅ ଝିଅଙ୍କୁ କୂଅକୁ ଠେଲି ମା’ର ଆତ୍ମହତ୍ୟା ପାଇଁ ଉଦ୍ୟମ

ଘୁ.ଉଦୟଗିରି,୧୭/୭: କନ୍ଧମାଳ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଅଲିମାହା ଠାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଜନ୍ମକଲା ମା ହତ୍ୟାକଲା ଦୁଇ ପୁଅ ଝିଅକୁ । ପୁଅ ଝିଅକୁ ଡାକି ନେଇ ରାଇକିଆ ନିକଟସ୍ଥ ଅଲିମାହା ଅଞ୍ଚଳର ଏକ କୂଅରେ ଠେଲି ଦେଇଥିଲା ମା ଭାଗ୍ୟଲକ୍ଷ୍ମୀ । ସୂଚନା ଅନୁସାରେ ସ୍ୱାମୀ ରାଜେଶ ପାତ୍ର ଏବଂ ସ୍ତ୍ରୀ ଭାଗ୍ୟଲକ୍ଷ୍ମୀ ପାତ୍ର ରାଇକିଆ ଅଞ୍ଚଳର ଖ୍ରୀଷ୍ଟିୟାନ ସାହିରେ ବସବାସ କରୁଥିଲେ । ଦୀର୍ଘଦିନ ହେଲା ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଲାଗିରହିଥିଲା । ତେବେ ଗତକାଲି କଳହ ଚରମ ସୀମାରେ ପହଞ୍ଚିଥିଲା । ଫଳରେ ସ୍ତ୍ରୀ ଭାଗ୍ୟଲକ୍ଷ୍ମୀ ରାଗିଯାଇ ଅପରାହ୍ନ ୪ ଟାବେଳେ ପୁଅ ଏବଂ ଝିଅକୁ ଧରି ଘରୁ କୁଆଡେ ଚାଲିଯାଇଥିଲେ । ତେବେ ମା ଭାଗ୍ୟଲକ୍ଷ୍ମୀ ପୁଅ ଏବଂ ଝିଅକୁ ଅଲିମାହା ନିକଟସ୍ଥ ଏକ କୂଅକୁ ଠେଲି ନିଜେ କୂଅକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ସୌଭାଗ୍ୟ ବଶତଃ ସ୍ଥାନୀୟ ଲୋକଙ୍କ ସହାୟତାରେ ମା କୁ ଉଦ୍ଧାର କରିଥିଲେ ଏବଂ ଦମକଳ ବାହିନୀ ପହଞ୍ଚି ଉଭୟ ଛୁଆକୁ ଉଦ୍ଧାର କରିଥିଲେ । ତେବେ ରାଇକିଆ ଡାକ୍ତର ଖାନାରେ ଦୁଇଛୁଆକୁ ଡାକ୍ତର ମୃତ ଘୋଷଣ କରିଥିଲେ । ମା କୁ ଚିକିତ୍ସା ପାଇଁ ରାଇକିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରାଇକିଆ ପୋଲିସ ଘଟଣା ନେଇ ମାମଲା ରୁଜୁକରି ତଦନ୍ତ କରୁଛି । ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Comments (0)
Add Comment