ଘୁ.ଉଦୟଗିରି,୨୪/୧୧- କନ୍ଧମାଳ ଜିଲ୍ଲା ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଘଠନ ତରଫରୁ ଜି. ଉଦୟଗିରି ଠାରେ କନ୍ଧମାଳ ଜିଲ୍ଲା ସଂଯୋଜକ ପ୍ରତାପ କୁମାର ପ୍ରଧାନଙ୍କ ପୌରହିତ୍ୟରେ ଦୁଇଦିନିଆ କନ୍ଧମାଳ ଓ ବୌଦ୍ଧ ଜିଲ୍ଲାସ୍ତରୀୟ “ସର୍ବୋଦୟ ସଂକଳ୍ପ ଶିବିର’ କାର୍ଯ୍ୟକ୍ରମ ଆଜି ଉଦଘାଟିତ ହୋଇଯାଇଅଛି । ଏହି ଶିବିରକୁ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂସଠନର “ସର୍ବଭାରତୀୟ ସଭାନେତ୍ରୀ ସୁଶ୍ରୀ ମିନାକ୍ଷୀ ନଟରାଜନ, ଓଡିଶା ପ୍ରଭାରୀ କୁନାଲ ବାନାର୍ଜୀ, ଜିଲ୍ଲା ସଭାପତି ଅନାମ କୁମାର ନାୟକ, ଜିଲ୍ଲା ପ୍ରଭାରୀ ବିସ୍ମୟ ମହାପାତ୍ର, ରାଜ୍ୟ ସହ ସଂଯୋଜକ ବିଜୟ ପ୍ରଧାନ, ଜୋନାଲ ସଂଯୋଜକ ସନ୍ତୋଷ ବକ୍ସି, ବୌଦ୍ଧ ଜିଲ୍ଲା ସଂଯୋଜକ ସମରେନ୍ଦ୍ର ମହାକୁଡ଼, ପୂର୍ବତନ ଜିଲ୍ଲା କାର୍ଯ୍ୟକାରୀ ସଭାପତି ସନ୍ତୋଷ ପଟ୍ଟନାୟକ, ଜି ଉଦୟଗିରି ନଗର ସଭାପତି ଏନ.ରାଜା ରାଓଙ୍କ ସମେତ କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ବହୁ ସଂଖ୍ୟକ ପିଆରଆଇ ମେମ୍ବର ଓ ବରିଷ୍ଠ କଂଗ୍ରେସ କର୍ମୀମାନେ ଯୋଗ ଦେଇଥିଲେ ।