୫ ନମ୍ବର ଯୋନ ବିଜେଡିର ଜିଲ୍ଲା ପରିଷଦ ପ୍ରାର୍ଥିନୀଙ୍କ ନିମନ୍ତେ ଜୋରଦାର ପ୍ରଚାର

ଘୁ.ଉଦୟଗିରି,୧୦/୨- ଘୁ.ଉଦୟଗିରି ବ୍ଳକ ଅଧୀନରେ ଥିବା କତିଙ୍ଗିଆ ପଞ୍ଚାୟତର ସୁଧିପଡା, ଟିଆଙ୍ଗିଆ, କ୍ରୁହୁବଡା, କିଲାପଙ୍ଗା, ରିସୁଗୁଡା, ଡାମିଗୁଡା ଗ୍ରାମରେ ବିଜେଡି ପକ୍ଷରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଜିଲ୍ଲା ପରିଷଦ ପ୍ରାର୍ଥିନୀ ଲିଲିମା ପ୍ରଧାନ ନିଜଦଳର କର୍ମୀମାନଙ୍କ ସହିତ ପହଞ୍ଚି ଘରକୁଘର ବୁଲି ଶଙ୍ଖଚିହ୍ନରେ ଭୋଟ ଦେବା ପାଇଁ ଲୋକମାନଙ୍କୁ ଅନୁରୋଧ କରିଛନ୍ତି । ବିଜେଡି ପକ୍ଷରୁ ଜୋରଦାର ବ୍ଳକର ସବୁ ପଞ୍ଚାୟତ ପହଞ୍ଚି ଲୋକମାନଙ୍କ ସହିତ ସାକ୍ଷାତକରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକୁ ଓ ବିଧାୟକ ସାଲୁଗା ପ୍ରଧାନଙ୍କ କାର୍ଯ୍ୟକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହିତ ତାହାଙ୍କ କାର୍ଯ୍ୟରେ ଅନୁପ୍ରାଣୀତ ହୋଇ ପୁଣି ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥିନୀଙ୍କୁ ଶଙ୍ଖ ଚିହ୍ନରେ ବହୁମାତ୍ରାରେ ଭୋଟ ଦେଇ ବିଜୟ ଲାଭ ପାଇଁ ଲୋକଙ୍କୁ ଅନୁରୋଧ କରିଛନ୍ତି । ଜିଲ୍ଲା ପରିଷଦ ପ୍ରାର୍ଥିନୀଙ୍କ ସହିତ କିସ୍‌ ୟୁନିଭରସିଟିର ସଦସ୍ୟ କାଦିଏ ସରେନ, ସୁବ୍ରତ ମହାପାତ୍ର, ରୋନିତ, ମିଥୁନ, ବ୍ଳକ ଛାତ୍ର ବିଜେଡିର ସଭାପତି ଛଟନ ନାୟକ, ଜିଲ୍ଲା ସାଧାରଣ ସମ୍ପାଦକ କିଶୋର ଚନ୍ଦ୍ର ନାୟକ, ନଗର ସଭାନେତ୍ରୀ ଭାନୁପ୍ରଭା ମିଶ୍ର, ବ୍ଲକ ମାଇନାରୀଟି ପ୍ରେସିଡେଣ୍ଟ ରଞ୍ଜନ ନାୟକ, ଯୁବନେତା ଶଶୀଭୂଷଣ ପ୍ରଧାନ, ପୂର୍ବତନ ବ୍ଳକ ସଭାପତି ସୀମାଞ୍ଚଳ ନାୟକ,ସାଂସଦ ପ୍ରତିନିଧି ସାମନ୍ତ ଦିଗାଲଙ୍କ ସମେତ ଅନ୍ୟକର୍ମୀ ଉପସ୍ଥିତ ରହି ଘରକୁଘର ବୁଲି ଭୋଟ ନିବେଦନ କରିଥିଲେ ।

Comments (0)
Add Comment