ଓଡିଶା ମଟର ଚାଳକ ସଂଘ ଘୁ ଉଦୟଗିରି ଶାଖା ପକ୍ଷରୁ ବୈଠକ

ଘୁ.ଉଦୟଗିରି,୨୫/୮- କଳିଙ୍ଗାସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ଓଡିଶା ମଟର ଚାଳକ ସଂଘ ଘୁ ଉଦୟଗିରି ଶାଖା ପକ୍ଷରୁ ଏକ ବୈଠକର ଆୟୋଜନ କରାଯାଇଛି । ଏହି ବୈଠକରେ ଘୁ ଉଦୟଗିରି ସମେତ ଜିଲ୍ଲାର ୧୦ ଗୋଟି ବ୍ରାଞ୍ଚର ସଭାପତି,ଉପସଭାପତି ଓ କର୍ମକର୍ତ୍ତା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଓଡିଶା ମୋଟର ଚାଳକ ସଙ୍ଘ କନ୍ଧମାଳ ଜିଲ୍ଲା ସଭାପତି ବାସବ କହଁର, ଜିଲ୍ଲା ଉପ ସଭାପତି ସୁରେଶ ପ୍ରଧାନ, ଜିଲ୍ଲା ଉପ ଦେଷ୍ଟା ଫିଲିପ କୁମାର ଦିଗାଲ, ଜିଲ୍ଲା ସମ୍ପାଦକ ମନୋଜ ପ୍ରଧାନ ଓ ଅଭିରାମ ଦିଗାଲ ଯୋଗଦେଇଥିଲେ । ଏହି କରୋନା ମହାମାରୀ ସମୟରେ ଓଡିଶା ସରକାର ଅନେକଙ୍କୁ ସାହାର୍ଯ୍ୟ କଲେ କିନ୍ତୁ ଡ୍ରାଇଭର ମାନଙ୍କୁ ଅଣଦେଖା କରିଥିବା ସେମାନେ ଅଭିଯୋଗ କରିଥିଲେ । ଏହି ସମୟରେ ଡ୍ରାଇଭର ମାନଙ୍କର ନିମନ୍ତେ ଓଡିଶା ସରକାର କିଛି କରିନଥିବା ବିଷୟ ଦୁଃଖର ସହିତ ପ୍ରକାଶ କରିଛନ୍ତି । ଅନେକ ସମୟରେ ଗାଡି ଚଳାଇବା ସମୟରେ ଚାଳକମାନେ ଫାଇନର ମଧ୍ୟ ଶିକାର ହେଉଛନ୍ତି ଏବଂ ହଇରାଣ ହେଉଛନ୍ତି । ଡ୍ରାଇଭରମାନେ ଗାଡି ନ ଚଳାଇଲେ ଅତ୍ୟାବଶ୍ୟକ ଜିନିଷ ସହରରୁ ସହର ନ ପହଞ୍ଚାଇଲେ ଲୋକେ ଅସୁବିଧାର ସମ୍ମୁଖୀନ ହୁଅନ୍ତି କିନ୍ତୁ ସରକାର ଏହି ଡ୍ରାଇଭର ମାନଙ୍କ କଥା ଏହି କରୋନା ମହାମାରୀ ସମୟରେ ଭୁଲିଗଲେ । ଅନେକ ସମୟରେ ଚାଳକମାନଙ୍କ ଠାରୁ ମୋଟା ଅଙ୍କର ଫାଇନ ଆଦାୟ ହେଉଥିବାବେଳେ ରାଜକୋଷକୁ ଅନେକ ଅର୍ଥ ଯାଉଛି ତେଣୁ ଡ୍ରାଇଭର ମାନଙ୍କ ନିମନ୍ତେ ସରକାର ଇନସୁରାନ୍ସ ଲାଇସେନ୍ସ ସହିତ ପ୍ରଦାନ କରନ୍ତୁ ବୋଲି ମତରଖିଥିଲେ ଏବଂ ସରକାର ଯେହେତୁ ଡ୍ରାଇଭରମାନଙ୍କୁ ଦେଖିଲେ ନାହିଁ କି ପଚାରିଲେ ନାହିଁ ତେଣୁ ଡ୍ରାଇଭର ଭାଇମାନେ ନିଜର ଯାହା ପ୍ରାପ୍ୟ ପାଉଛନ୍ତି ପରିଶ୍ରମ କରି ତହିଁରୁ କିଛି ସଞ୍ଚୟ କରି ପାଣ୍ଠିରେ ରଖାଯିବ ଏବଂ ଯଦି କେହି ଡ୍ରାଇଭର ଭାଇଙ୍କର କିଛି ହୁଏ ତେବେ ସେହି ଜମାଥିବା ଅର୍ଥ ସେହି ପରିବାରକୁ ପ୍ରଦାନ କରାଯିବ ବୋଲି ଓଡ଼ିଶା ମଟର ଚାଳକ ସଙ୍ଘ କନ୍ଧମାଳ ସଭାପତି ପ୍ରକାଶ କରିଥିଲେ ।ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ୧୦ ଗୋଟି ବ୍ରାଞ୍ଚର ସଭାପତି ଉପ ସଭାପତି ଓ ସମସ୍ତ କର୍ମ କର୍ତ୍ତା ଯୋଗ ଦେଇ ସଙ୍ଘକୁ ଆଗକୁ କିପରି ଆଗକୁ ନିଆଯିବ ସେନେଇ ମଧ୍ୟ ଆଲୋଚନା କରିଥିଲେ ।

Comments (0)
Add Comment