କଳିଙ୍ଗା ଘାଟିରେ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ଚାଳକଙ୍କ ସାହସ ଏବଂ ଉପସ୍ଥିତ ବୁଦ୍ଧି ଯୋଗୁଁ ନିଶ୍ଚିତ ଏକ ବଡ଼ ବିପଦରୁ ରକ୍ଷାପାଇଲେ ସମସ୍ତ ଯାତ୍ରୀ

ଘୁ.ଉଦୟଗିରି,୯/୨- ଆଜି ମା ପାଟଖଣ୍ଡା ନାମକ ଏକ ଯାତ୍ରୀବାହୀ ବସ ନଂ ଓଆର୍‌୦୫ଏଭି୩୦୬୫ ସାରଙ୍ଗଗଡ଼ରୁ ମୁଜାଗଡ଼ ଅଭିମୁଖେ ବାହାଘର କାର୍ଯ୍ୟରେ ଯାତ୍ରୀଙ୍କୁ ଧରି ଯାଉଥିବାବେଳେ କଳିଙ୍ଗାଘାଟି ୫କିମି ଅତିକ୍ରମ କରିବା ପରେ ଗାଡିର ବ୍ରେକ ଫେଲ ହୋଇଯାଇଥିବା ଚାଳକ ଜାଣି ପାରି ବସରେ ବସିଥିବା ସମସ୍ତ ଯାତ୍ରୀଙ୍କୁ ଜଣେଇବା ସହ ନିଜ ନିଜକୁ ସୁରକ୍ଷିତ ରହିବା ନିମନ୍ତେ ପ୍ରସ୍ତୁତ ରହିବାକୁ କହିଥିଲେ ଏବଂ ମୁଁ ବସ୍‌କୁ ରାସ୍ତା ପାଶ୍ୱର୍କୁ ଖସେଇଦେଉଛି ବୋଲି କହି ବସଟିକୁ ଘାଟିର ଡାହାଣ ପାର୍ଶ୍ୱ ପାହାଡ଼ ପାଖରେ ଥିବା ଡ୍ରେନକୁ ଖସେଇ ଦେଇଥିଲେ । ବସଟି ଡ୍ରେନକୁ ଖସି ଯାଇଥିଲା । ବସ୍‌ରେ ବସିଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ବସ୍‌ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଏବଂ ସାହାସ ଯୋଗୁଁ ଗୋଟେ ବଡ଼ ଦୁର୍ଘଟଣାରୁ ୪୦ଯାତ୍ରୀ ବର୍ତ୍ତି ଯାଇଥିବା ଜଣାପଡିଛି ।

Comments (0)
Add Comment