ଘୁ. ଉଦୟଗିରି,୧୦/୧୦- ଚଳିତ ବର୍ଷ ସ୍ଥାନୀୟ ସହରରେ ଅନୁଷ୍ଠିତ ହେବାକୁ ଥିବା ଦୁର୍ଗାପୂଜା ନିମନ୍ତେ ରାଜ୍ୟ ସରକାର କୋଭିଡକୁ ଆଖି ଆଗରେ ରଖି କିଛି କଟକଣା ଜାରି କରିଥିବା ଯୋଗୁଁ ଆଜି ସ୍ଥାନୀୟ ଥାନା ପରିସରରେ ଏସଡ଼ିପିଓ ଡି ତିରୁପତିରାଓ ପଟ୍ଟନାୟକଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ସ୍ଥାନୀୟ ଥାନା ଆଇଆଇସି ରେବତୀ ଶବର, ଦୁର୍ଗାପୂଜା କମିଟି ସଭାପତି କାଳୁଚରଣ ପଣ୍ଡା, ସମ୍ପାଦକ ଅରୁଣ ଷଡଙ୍ଗୀ, କୋଷାଧକ୍ଷ ସଞ୍ଜୟ ସୁବୁଦ୍ଧି, ବ୍ୟବସାୟୀ ସଂଘ ସଭାପତି ମନୋଜ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିବାବେଳେ ଚଳିତବର୍ଷ ସରକାରଙ୍କ କୋଭିଡ କଟକଣା ନୀତିନିୟମ କିଭଳି ରହିଛି ଏବଂ କିଭଳି ପୂଜା ଆୟୋଜନ କରିବେ ତା ଉପରେ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା ।