ଅପହୃତ ୧୫ବର୍ଷର ନାବାଳିକା ଉଦ୍ଧାର, ଅଭିଯୁକ୍ତ ଗିରଫ ପୋକ୍ସ କୋର୍ଟ ଚାଲାଣ

ଘୁ ଉଦୟଗିରି,୨୬/୨: ସ୍ଥାନୀୟ ବ୍ଲକ ଅନ୍ତର୍ଗତ ମାଲିକାପୋଡ଼ି ପଞ୍ଚାୟତର ବତୀଙ୍ଗିଆ ଗ୍ରାମର ଏକ ୧୫ବର୍ଷର ନାବାଳିକା ଗତ ୧୭ତାରିଖ ଦିନ ନିଖୋଜ ହୋଇଯାଇଥିଲେ । ପରିବାର ଲୋକ ବହୁ ଖୋଜାଖୋଜି କରି ଝିଅକୁ ନପାଇବା ପରେ କୁଆଡେ ଗଲା କିଏ ନେଲା ତାର ତଦନ୍ତ କରି ୧୯ତାରିଖ ଦିନ ଜାଣିବାକୁ ପାଇବା ପରେ ନାବାଳିକାର ବାପା ସ୍ଥାନୀୟ ଥାନାରେ ଏକ ଲିଖିତ ଅଭିଯୋଗପତ୍ର ପ୍ରଦାନ କରିଥିଲେ କି ତାଙ୍କ ଝିଅକୁ ଘୁ.ଉଦୟଗିରି ବ୍ଲକ ଛକର ଜଗନ ପୃଷ୍ଟି ନାମକ ଜଣେ ଯୁବକ ଅପହରଣ କରି ନେଇଯାଇଥିବା ନେଇ ସ୍ଥାନୀୟ ଥାନା ଆଇଆଇସି ରେବତୀ ଶବର ଥାନା କେଶ ନଂ୩୮/୨୨ ଧାରା ୩୬୩ରେ ଏକ ମାମଲା ରୁଜୁକରି ମହିଳା ଏସଆଇ ସ୍ୱାଗତିକା ବେହେରାଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିଲେ । ଏହାପରେ ଘଟଣାର ତଦନ୍ତ କରିବା ସହ ନାବାଳିକାକୁ ଖୋଜିବା ଆରମ୍ଭ କରି ଅଭିଯୁକ୍ତ ସନ୍ଧାନରେ ସ୍ଥାନୀୟ ପୋଲିସ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବାସହ ଖୋଜଖବର ଲଗେଇବା ସମୟରେ ଆଜି ଏକ ଘରୋଇ ବସରୁ ନାବାଳିକାକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଜଗନ ପୃଷ୍ଟିକୁ ଧରିବାରେ ସକ୍ଷମ ହୋଇଥିଲେ । ନାବାଳିକାର ଡାକ୍ତରୀ ମାଇନା କରାଯିବା ସହ ଅଭିଯୁକ୍ତର ଡାକ୍ତରୀ ମାଇନା କରାଯାଇ ଧାରା ୩୬୩,୩୬୬,୩୭୬(୩)/୩୭୬(୨)(ଏନ)ଆଇପିସି ଆରଡବ୍ଲୁ ସେକସନ ୬ ପୋସ୍କୋ ଧାରାରେ ଆଜି ଫୁଲବାଣୀ ପୋକ୍ସ କୋର୍ଟକୁ ଚାଲାଣ କରାଯାଇଥିବା ଆଇଆଇସି ସୂଚନା ଦେଇଛନ୍ତି ।

Comments (0)
Add Comment