କୃଷି ବିଜ୍ଞାନ କନ୍ଧମାଳ ଅନୁକୁଲ୍ୟରେ ଉଦ୍ୟାନ କୃଷି ତାଲିମ ପ୍ରଦାନ

ଘୁ ଉଦୟଗିରି,୯/୨- ଘୁ ଉଦୟଗିରି କୃଷି ବିଜ୍ଞାନ କେନ୍ଦ୍ର ତାଲିମ ଗୃହ ସଭାଗୃହରେ ୧୫ ଜଣ ଗ୍ରାମୀଣ ଯୁବକଙ୍କୁ ନେଇ ଉଦ୍ୟାନ କୃଷିରେ ଫଳ ବୃକ୍ଷ କଲମୀ କରଣ ଓ ନର୍ସରି ସ୍ଥାପନା ସମ୍ବନ୍ଧିୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ତାଲିମ କାର୍ଯ୍ୟକ୍ରମରେ ଡ଼ଃ ସିଦ୍ଧାର୍ଥ କର ଯୋଗଦେଇ ତାଲିମ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ତାଲିମ ଶିବିରରେ ଯୋଗଦେଇଥିବା ତାଲିମାର୍ଥୀଙ୍କୁ ଫଳବୃକ୍ଷର କଲମିକରଣ ଏବଂ ଉକ୍ରୃଷ୍ଟ ଚାରା ଉତ୍ପାଦନର କୌଶଳ ଓ ପନିପରିବା, ଗ୍ରେଡିଂ,ପ୍ୟାକେଜିଙ୍ଗ ଓ ପୃଥକୀକରଣ କରି ବଜାରରେ ବିକ୍ରି କରିବା ସମ୍ବନ୍ଧରେ ଆଲୋଚନା କରିଥିଲେ । ଉକ୍ତ ତାଲିମ କାର୍ଯ୍ୟକ୍ରମରେ ତଲାରୀମାହା,କିରାମହା,ଡାମିଗୁଡା,ବରସାହି ଆଦି ଗ୍ରାମର ଯୁବକ ଯୋଗଦେଇ ଜ୍ଞାନ କୌଶଳ ଆହରଣ କରିଥିଲେ ।

Comments (0)
Add Comment