ବଡ଼ଦିନ ପର୍ବ ପାଇଁ ପୋଲିସ ଏବଂ ପ୍ରଶାସନର ବିଭିନ୍ନ ଅଞ୍ଚଳରେ ପୋଲିସର ଫ୍ଲାଗମାର୍ଚ୍ଚ

ଜି.ଉଦୟଗିରି,୨୪/୧୨- ବଡ଼ଦିନ ପର୍ବ ପାଳନ ପାଇଁ ସ୍ଥାନୀୟ ପୋଲିସ ଏବଂ ପ୍ରଶାସନ ଶେଷପର୍ଯ୍ୟାୟରେ ପହଞ୍ଚିଯାଇଛି । ଯେମିତି ସ୍ଥାନୀୟ ଅଞ୍ଚଳରେ ଶାନ୍ତି ଶୃଙ୍ଖଳାରସହ ବଡଦିନ ପାଳିତହେବ ସେଥିନିମନ୍ତେ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଆଜି ସ୍ଥାନୀୟ ଆଇଆଇସି ରେବତୀ ଶବରଙ୍କ ନେତୃତ୍ୱରେ ସଶସ୍ତ୍ର ପୋଲିସବାହିନୀ ସହର ଏବଂ ଗ୍ରାମାଞ୍ଚଳରେ ଫ୍ଲାଗମାର୍ଚ୍ଚ କରିଥିବା ଦେଖୁବାକୁ ମିଳିଛି । ଏହି ଫ୍ଲାଗମାର୍ଚ୍ଚରେ ସ୍ଥାନୀୟ ବିଡିଓ ଆଶିଷ ତ୍ରିପାଠୀ, ତହସିଲଦାର ଶୁଭାଞ୍ଜଳି ପ୍ରଧାନ ଉପସ୍ଥିତ ଥିଲେ । ପ୍ରତ୍ୟେକବର୍ଷ ସ୍ଥାନୀୟ ଅଞ୍ଚଳରେ ବହୁ ଆଡମ୍ବର ସହକାରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ଡିସେମ୍ବର୨୫କୁ ଧୁମଧାମରେ ଖ୍ରୀଷ୍ଟଧର୍ମାଲମ୍ବୀମାନେ ପାଳନ କରିଥାନ୍ତି । କରୋନା କଟକଣା ଯୋଗୁଁ ଗତବର୍ଷ ବଡଦିନ ପର୍ବ ଫିକା ପଡିଥିବାବେଳେ ଚଳିତବର୍ଷ ମଧ୍ୟ କରୋନା କଟକଣା ଭିତରେ ଏହା ପାଳିତ ହେଉଛି । ସ୍ଥାନୀୟ ଥାନା ଅଞ୍ଚଳରେ ମୋଟ ୫୫ଗୋଟି ବିଭିନ୍ନ ଚର୍ଚ୍ଚ ଏବଂ ପ୍ରାର୍ଥନା ଗୃହରେ ଏହି ବଡଦିନ ପର୍ବ ପାଳନ ହେଉଛି । ସମୂହ ପ୍ରାର୍ଥନା, ବାଇବେଲ ପଠନ ସହ ଉତ୍ସବ ଅନୁଷ୍ଠିତ ହେବ ।

ଚଳିତବର୍ଷ ସମସ୍ତ ଚର୍ଚ୍ଚ ମାନଙ୍କରେ ପୋଲିସ ମୁତୟନ ସହ ମୋବାଇଲ ପୋଲିସ ଟିମ ଜଣେ ଅଫିସରଙ୍କ ତତ୍ତ୍ୱାବଧାନରେ ବୁଲିବ । ବଡ଼ଦିନ ପର୍ବ କିଭଳି ଶାନ୍ତି ଶୃଙ୍ଖଳାରସହ ପାଳନପାଇଁ ପୋଲିସ ପକ୍ଷରୁ ୨୪ଘଣ୍ଟିଆ ନାକା କରାଯାଇ ରାସ୍ତାରେ ଯାତାୟତ କରୁଥିବା ସମସ୍ତ ଗାଡିକୁ ତନତନ କରି ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି । ସହରର ଟେଲିଫୋନ ଭବନ ସମ୍ମୁଖରେ ସଶସ୍ତ୍ର ପୋଲିସ ବାହିନୀ ଉପସ୍ଥିତ ରହି ରାସ୍ତାରେ ଯାତାୟତ କରୁଥିବା ସମସ୍ତ ବାଇକ, କାର, ଟ୍ରକ, ବସକୁ ଯାଞ୍ଚକରି ସହର ଭିତରକୁ ପ୍ରବେଶ କରାଉଥିବା ଜଣାପଡିଛି ।

Comments (0)
Add Comment